ରାବି ନଦୀରେ ଭାରତ ନିର୍ମାଣ କରିବ ଡ୍ୟାମ, ପାକିସ୍ତାନକୁ ଯାଉଥିବା ପାଣି ଅଟକିବ

Advertisment
ରାବି ନଦୀରେ ଭାରତ ନିର୍ମାଣ କରିବ ଡ୍ୟାମ, ପାକିସ୍ତାନକୁ ଯାଉଥିବା ପାଣି ଅଟକିବ

ନୂଆଦିଲ୍ଲୀ: ଜାମୁ ଓ କଶ୍ମୀର ଏବଂ ପଞ୍ଜାବର ଚାଷୀମାନଙ୍କୁ ଅଧିକ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାବି ନଦୀ ଉପରେ ଭାରତ ଡ୍ୟାମ୍‌ ନିର୍ମାଣ କରିବ । ଆଜି କେନ୍ଦ୍ର କ୍ୟାବିନେଟ୍‌ ପଞ୍ଜାବର ଶାହପୁରକନ୍ଦି ଡ୍ୟାମ୍‌ ପ୍ରୋଜେକ୍ଟକୁ ମଞ୍ଜୁରି ଦେଇଛି। ଏହି ଡ୍ୟାମ୍‌ ୨୦୨୨-୨୩ ସୁଦ୍ଧା କାର୍ଯ୍ୟକାରୀ ହେଲେ ଏହା ରାବି ନଦୀରୁ ପାକିସ୍ତାନକୁ ପ୍ରବାହିତ ହୋଇ ନଷ୍ଟ ହେଉଥିବା ଜଳର ସୁବିନିଯୋଗ ହୋଇ ପାରିବ ବୋଲି ଭାରତ ସରକାର ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୭ ବର୍ଷ ତଳେ ୨ହଜାର ୨୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଡ୍ୟାମ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ମାତ୍ର ଅର୍ଥ ଅଭାବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଡ୍ୟାମ୍‌ର ଜଳସେଚନ ବ୍ୟବସ୍ଥା ପାଇଁ ୪୮୫ କୋଟି ଟଙ୍କା ଯୋଗାଇ ଦେବେ ଓ ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବେ। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଇଛି।

ଭାରତ-ପାକିସ୍ତାନ ମଧ୍ୟରେ ସନ୍ଧୁ ନଦୀ ଚୁକ୍ତି(୧୯୬୦) ଅନୁଯାୟୀ, ଭାରତର ରାବି, ବିସ ଓ ସତଲେଜ୍‌ ନଦୀ ଜଳର ପୂର୍ଣ୍ଣ ବିନିଯୋଗ କରିବାର ଅଧିକାର ରହିଛି। ତେଣୁ ଏହି ଡ୍ୟାମ କାର୍ଯ୍ୟକାରୀ ହେଲେ ପଞ୍ଜାବର ୫ହଜାର ହେକ୍ଟର ଓ ଜମ୍ମୁ ଓ କାଶ୍ମୀରର ୩୨ହଜାର ୧୭୩ ହେକ୍ଟର ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିବ। ଏତଦ୍‌ବ୍ୟତୀତ ୨୦୬ ମେଗାଓ୍ଵାଟ ଜଳ ବିଦ୍ୟୁତ ମଧ୍ୟ ଉତ୍ପାଦିତ ହେବ, ଯାହା ପଞ୍ଜାବ ସରକାର ପାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe