ଅତିରିକ୍ତ ୨୫ କୋଟି ଡୋଜ୍ କୋଭିସିଲଡ, ୧୯ କୋଟି ଡୋଜ୍ କୋଭାକ୍ସିନ ପାଇଁ ଅର୍ଡର ଦେଲେ କେନ୍ଦ୍ର ସରକାର

ଅତିରିକ୍ତ ୨୫ କୋଟି ଡୋଜ୍ କୋଭିସିଲଡ, ୧୯ କୋଟି ଡୋଜ୍ କୋଭାକ୍ସିନ ପାଇଁ ଅର୍ଡର ଦେଲେ କେନ୍ଦ୍ର ସରକାର

650 CKOM

ନୂଆଦିଲ୍ଲୀ : ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ ବର୍ଷରୁ ସମସ୍ତଙ୍କ ପାଇଁ ମାଗଣା ଟିକାଦାନ ସମ୍ପର୍କରେ ଘୋଷଣା କରିବାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ୪୪ କୋଟି ଡୋଜ୍ ଟିକା ଯ଼ୋଗାଣ ପାଇଁ ଅର୍ଡର ଦିଆଯାଇଛି । ଏହା ମଧ୍ୟରୁ ସେରମ ଇନଷ୍ଟିଚ୍ୟୁଟକୁ ୨୫ କୋଟି ଡୋଜ୍ କୋଭିସିଲଡ ଓ ଭାରତ ବାୟୋଟେକକୁ ୧୯ କୋଟି ଡୋଜ୍ କୋଭାକ୍ସିନ ଟିକା ପାଇଁ ଅର୍ଡର ଦିଆଯ଼ାଇଛି । ଏସବୁ ଟିକା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ମିଳିବା ଆଶା କରାଯ଼ାଉଛି ବୋଲି ନିତି ଆୟୋଗ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି । ସେ କହିଛନ୍ତି ଯ଼େ ପୂର୍ବରୁ ଦିଆଯ଼ାଇଥିବା ଟିକା ଅର୍ଡର ବ୍ୟତିତ ଏସବୁ ଟିକା ପାଇଁ ଅର୍ଡର ଅତିରିକ୍ତଭାବେ ଦିଆଯ଼ାଇଛି ।
ଏସବୁ ଟିକା ଆସିବା ପରେ ଜୁଲାଇ ସୁଦ୍ଧା ପ୍ରାୟ ୫୩.୬ କୋଟି ଡୋଜ୍ ସରକାରଙ୍କ ପାଖରେ ଉପଲବ୍ଧ ଥିବ । ସେହିପରି ଅଗଷ୍ଟ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୭୪ କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ଏପରିକି ସେପ୍ଟେମ୍ବର ପରେ ଟିକା ଉପଲବ୍ଧତା ଏତେ ବଢିଯ଼ିବ ଯ଼େ ଆମକୁ ଟିକାକରଣର ବେଗ ବଢାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe