Image Courtesy: News Live
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି ଯେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଖୁବ୍ଶୀଘ୍ର ଗିରଫ କରିବା ପାଇଁ କେନ୍ଦ୍ର ପକ୍ଷରୁ ଯୋଜନା ଚାଲିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ମୋତେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ଯେ କେନ୍ଦ୍ର ମନୀଷ ସିସୋଦିଆଙ୍କୁ ‘ଜାଲ୍’ ଅଭିଯୋଗରେ ଗିରଫ କରିବାକୁ ଯାଉଛି।। ସତ୍ୟେନ୍ଦ୍ର ଜୈନଙ୍କ ପରେ ସିସୋଦିଆଙ୍କୁ ଜେଲକୁ ପଠାଇ କେନ୍ଦ୍ର ଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଭଲ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛି। ଜୈନ, ସିସୋଦିଆଙ୍କୁ ଜେଲକୁ ପଠାଇବା ପଛରେ ଥିବା ରାଜନୀତିକୁ କେହି ଜାଣନ୍ତି ନାହିଁ! ଏହା କେବଳ ଦେଶକୁ କ୍ଷତି ପହଞ୍ଚାଇବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଆମେ ସମସ୍ତଙ୍କୁ ଏକାଠି ଗିରଫ କରନ୍ତୁ ବୋଲି କେଜ୍ରିୱାଲ ଆହ୍ଵାନ ଦେଇଛନ୍ତି।
କିଛି ଲୋକ କୁହୁଛନ୍ତି ଯେ ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଆପ୍’ ଉପରେ ଏପରି ଆକ୍ରମଣ ହେଉଛି। ଆଉ କେତେକେ କହୁଛନ୍ତି ଯେ ଏହା ପଞ୍ଜାବ ନିର୍ବାଚନର ପ୍ରତିଶୋଧ। ତେବେ, କାରଣ ଯାହା ବି ହେଉ ନା କାହିଁକି, ଆମେ ଗିରଫ ହେବାକୁ ଭୟ କରୁନାହୁଁ। ୫ ବର୍ଷ ପୂର୍ବେ ମଧ୍ୟ ଆପ୍ ନେତାଙ୍କ ଉପରେ ଅନେକ ଚଢାଉ କରାଯାଇଥିଲା କିନ୍ତୁ କିଛି ହେଲେ ଜବତ ହୋଇ ନଥିଲା ବୋଲି ସେ କହିଛନ୍ତି।
‘ମୁୁଁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି ଯେ ଆପ୍ର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ସମସ୍ତ କେନ୍ଦ୍ରୀୟ ଏଜେନ୍ସିକୁ ସମସ୍ତ ଅନୁସନ୍ଧାନ କରିବାକୁ କୁହନ୍ତୁ। ଆପଣ ଯେତେ ଚାହାଁନ୍ତି ସେତେ ଚଢାଉ କରନ୍ତୁ’ ବୋଲି କେଜ୍ରିୱାଲ କହିଛନ୍ତି।
Follow Us