Times Now
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମହିଳା ଯାତ୍ରୀମାନଙ୍କୁ ମାଗଣାରେ ଯାତ୍ରା ସୁବିଧା ପ୍ରଦାନ ପାଇଁ ଦିଲ୍ଳୀର ଆପ୍ ସରକାର ଆଣିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଆଜି ଖାରଜ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସାଧାରଣ ପରିବହନ ବ୍ୟବସ୍ଥା ପ୍ରତି ମହିଳାମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଦିଲ୍ଲୀର ଆପ୍ ସରକାର ମହିଳାମାନଙ୍କୁ ମାଗଣାରେ ମେଟ୍ରୋରେ ଯାତ୍ରା ସୁବିଧା ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ। ତେବେ, ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିଓ୍ଵାଲଙ୍କ ଆପ୍ ସରକାର ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା ଏବଂ ଏହାକୁ କେନ୍ଦ୍ର କରି ଏକ ବିତର୍କର ସୂତ୍ରପାତ ହୋଇଥିଲା।
Times Nowତେବେ, ଦିଲ୍ଲୀରେ ଚଳାଚଳ କରୁଥିବା ମେଟ୍ରୋରେ କେନ୍ଦ୍ର ସରକାରଙ୍କର ୫୦ ପ୍ରତିଶତ ସହଭାଗିତା ରହିଥିବା ବେଳେ କେନ୍ଦ୍ର ସରକାର ଆଜି ଦିଲ୍ଲୀ ସରକାରଙ୍କର ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ଏଥିସହ ଦିଲ୍ଲୀର ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସାଧାରଣ ପରିବହନ ବ୍ୟବସ୍ଥା ପ୍ରତି ମହିଳାମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଅନ୍ୟ କିଛି ବିକଳ୍ପ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।
Follow Us