Image Courtesy of Zee News
ନୂଆଦିଲ୍ଲୀ: ମାରାତ୍ମକ ମହାମାରୀ କରୋନାଭାଇରସ୍ ସଂକ୍ରମଣ ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଇଁ କେନ୍ଦ୍ର ସରକାର ଗୁରୁବାର ଦିନ ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ରିଲିଜ୍ କରିଛନ୍ତି।
ଏହା ହେଉଛି ଆର୍ଥିକ ପ୍ୟାକେଜ୍ର ଦ୍ବିତୀୟ କିସ୍ତି। ରିଲିଜ୍ ହୋଇଥିବା ଅର୍ଥ କୋଭିଡ୍-୧୯ ଦମନ ସକାଶ ଭିତ୍ତିଭୂମି ସୁଦୃଢ଼ କରିବାରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପଯୋଗ କରିବେ।
ରାଜ୍ୟମାନଙ୍କୁ ୧୫୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ ମାର୍ଚ ୨୪ ତାରିଖ ଦିନ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏପ୍ରିଲ୍ ମାସରେ ଏହାର ପ୍ରଥମ କିସ୍ତି ୩, ୦୦୦ କୋଟି ଟଙ୍କା ରିଲିଜ୍ ହୋଇଥିଲା। କେନ୍ଦ୍ରୀୟ ସହାୟତାରେ ରାଜ୍ୟ ସବୁ ଶଯ୍ୟା, ଟେଷ୍ଟିଙ୍ଗ୍ କିଟ୍ ଭଳି ସାମଗ୍ରୀ କିଣିବାରେ ବ୍ୟବହାର କରିବେ।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬, ୨୮୨ଜଣ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ୯୦୪ ବୋଲି ହିସାବରୁ ଜଣାପଡ଼ିଛି।
Follow Us