Image Courtesy of DNA India
ନୂଆଦିଲ୍ଲୀ: ‘ଫେମ୍’ ଯୋଜନାରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ୬୭୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଏବଂ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ମଞ୍ଜୁର କରିଛନ୍ତି। ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଆଦି କମ୍ପାନିମାନଙ୍କ ଲାଗି ଏହା ଗୋଟାଏ ବଡ଼ ସୁଯୋଗ ବୋଲି କୁହାଯାଉଛି।
ସରକାରଙ୍କ ଘୋଷଣା ଅନୁସାରେ, ‘ଫେମ୍ ଇଣ୍ଡିଆ’ ଯୋଜନାର (ଫାଷ୍ଟର୍ ଆଡପସନ୍ ଆଣ୍ଡ୍ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଅଫ୍ (ହାଇବ୍ରିଡ୍) ଆଣ୍ଡ୍ ଇଲେକ୍ଟ୍ରିକ୍ ଭେଇକ୍ଲସ୍ ଇନ୍ ଇଣ୍ଡିଆ) ଦ୍ବିତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ର, ଗୋଆ, ଗୁଜରାଟ ଏବଂ ଚଣ୍ଡିଗଡ଼ ଆଦି ରାଜ୍ୟରେ ୬୭୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ଏହାଛଡ଼ା, ଏହି ଯୋଜନା ଅଧୀନରେ ମଧ୍ୟପ୍ରଦେଶ, ତାମିଲନାଡୁ, କେରଳ, ଗୁଜରାଟ ଏବଂ ପୋର୍ଟ ବ୍ଲେୟାର୍ରେ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ନିର୍ମାଣ ହେବ।
 Image Courtesy of Zee News୧୦, ୦୦୦ କୋଟି ଟଙ୍କାର ବଜେଟ୍ ସହାୟତାରେ ଏପ୍ରିଲ୍ ୨୦୧୯ରୁ ୩ ବର୍ଷ ପର୍ଯ୍ୟନ୍ତ ‘ଫେମ୍’ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଲାଗୁ କରାଯିବ। କେନ୍ଦ୍ରର ଏହି ପଦକ୍ଷେପକୁ ପ୍ରଶଂସା କରି, କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ, ଏହି ନିଷ୍ପତ୍ତି ହେଉଛି ଜୀବାଶ୍ମ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ଓ ଯାନବାହନରୁ ନିର୍ଗତ ପ୍ରଦୂଷଣ ସମସ୍ୟା ପ୍ରତିକାର ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିର ପ୍ରତିଫଳନ।
ଦେଶରେ ବୈଦ୍ୟୁତିକ/ହାଇବ୍ରିଡ୍ ଯାନବାହନର ପ୍ରସାର ନିମନ୍ତେ ଭାରୀ ଶିଳ୍ପ ଓ ସର୍ବସାଧାରଣ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନସ୍ଥ ‘ଭାରୀ ଶିଳ୍ପ ବିଭାଗ’ ୨୦୧୫ ଏପ୍ରିଲ୍ରୁ ଭାରତରେ ‘ଫେମ୍’ ଯୋଜନାର ପରିଚାଳନା କରି ଆସୁଛି।
  
 Follow Us