ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ଶୀଘ୍ର ବଦଳିପାରେ ସ୍ଥିତି: କେନ୍ଦ୍ର ସରକାର

Advertisment
ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ଶୀଘ୍ର ବଦଳିପାରେ ସ୍ଥିତି: କେନ୍ଦ୍ର ସରକାର

indiatoday

ନୂଆଦିଲ୍ଲୀ: ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ହେଲେ ଶୀଘ୍ର ବଦଳିପାରେ ସ୍ଥିତି। ଆଜି ଏଭଳି କହି ଲୋକଙ୍କୁ ଚେତାଇ ନେଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସକ୍ରିୟ ମାମଲାର ମାତ୍ର ୫ ରୁ ୧୦ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି। ତେବେ ପରିସ୍ଥିତି ଶୀଘ୍ର ବଦଳିପାରେ ବୋଲି ସରକାର ଚେତାବନୀ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଏକ ଚିଠି ଲେଖାଯାଇଛି। ସେଥିରେ କୁହାଯାଇଛି ଯେ, "ଦ୍ୱିତୀୟ ଲହରରେ ସକ୍ରିୟ ମାମଲାର ୨୦-୨୩%  ହସ୍ପିଟାଲରେ ଭର୍ତ୍ତି ହେଉଥିଲେ, ଯାହା ବର୍ତ୍ତମାନର ସଂଖ୍ୟାଠାରୁ ଖୁବ ଅଧିକ। ହେଲେ ସତର୍କ ନରହିଲେ ଦ୍ବିତୀୟ ଲହର ଭଳି ସ୍ଥିତି ଉପୁଜିବ ବୋଲି ସରକାର ଚେତାଇ ଦେଇଛନ୍ତି।

ସମୁଦାୟ ସକ୍ରିୟ ମାମଲା, ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା, ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ ସଂଖ୍ୟା, ଅମ୍ଳଜାନ ଶଯ୍ୟାର ସ୍ଥିତି, ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ସହାୟତା ଉପରେ ନଜର ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି। ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ଉପଦେଶଗୁଡ଼ିକ ରାଜ୍ୟମାନଙ୍କୁ ଦେଇଛନ୍ତି। ସ୍ୱାସ୍ଥ୍ୟ ସୁବିଧା ଦ୍ୱାରା ଆଦାୟ କରାଯାଉଥିବା ଅର୍ଥର ଯଥାର୍ଥତା ନିଶ୍ଚିତ କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି।

5 से 10% एक्टिव केसों में पड़ रही है अस्पताल में भर्ती करने की नौबत, तेजी से बदल सकते हैं हालात : सरकार ने चेताया ndtv

ତେବେ ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୪୬ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୧୨.୬% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୭,୦୭,୭୨୭ରେ ପହଞ୍ଚିଛି। ଦିନୁକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଏବେଠୁ ସତର୍କ ରହିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe