ରୁଷିଆ-ୟୁକ୍ରେନ ପରି କେନ୍ଦ୍ର-ରାଜ୍ୟ ସମ୍ପର୍କ: ସୋରେନ୍‌

ରୁଷିଆ-ୟୁକ୍ରେନ ପରି କେନ୍ଦ୍ର-ରାଜ୍ୟ ସମ୍ପର୍କ: ସୋରେନ୍‌

ରାଞ୍ଚି: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବଂ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାମାନଙ୍କୁ କେନ୍ଦ୍ର ସରକାର ଅସ୍ଥିର କରିବା ପାଇଁ କେନ୍ଦ୍ରୀୟ ଏଜେନ୍‌ସିର ବ୍ୟବହାର କରିବା ପ୍ରାୟ ସମାନ୍ତରାଳ ଘଟଣା ବୋଲି ବୁଧବାର ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଏଥିସହ କେନ୍ଦ୍ରର ଏପ୍ରକାର ଆଚରଣକୁ ନେଇ ସେ ଚାପରେ ରହିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

‘ଅଫିସ ଅଫ ପ୍ରଫିଟ୍‌’ (ଲାଭଜନକ) ବିବାଦ ମଧ୍ୟରେ ଫସିଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ କହିଛନ୍ତି ଯେ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାଙ୍କୁ ଉଚିତ ଜବାବ ଦେବେ, ଯେପରି ୟୁକ୍ରେନ୍‌ ରୁଷିଆ ଆକ୍ରମଣର ଉତ୍ତର ଦେଉଛି।
କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ କରି ସେ କହିଛନ୍ତି ଯେ ଝାଡ଼ଖଣ୍ଡରେ ଏକ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରକୁ ଅସ୍ଥିର କରିବା ପାଇଁ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକୁ ବ୍ୟବହାର କରି କେନ୍ଦ୍ର ଯେପରି ପ୍ରଚାର କରୁଥିଲା, ତାହାକୁ ୟୁକ୍ରେନ ଉପରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ତୁଳନା କରାଯାଇ ପାରିବ। ରୁଷିଆ ଭାବିଥିଲା ଯେ ଏହା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ୟୁକ୍ରେନକୁ ନିଜ କବଜାକୁ ନେଇଯିବ। କିନ୍ତୁ ଦେଖନ୍ତୁ ୟୁକ୍ରେନ୍‌ କିପରି ପ୍ରତିଆକ୍ରମଣ କରୁଛି। ତିନି ମାସ ଧରି ଯୁଦ୍ଧ ଚାଲିଛି ବୋଲି ସୋରେନ୍‌ ଗଣମାଧ୍ୟମକୁ କହିଛନ୍ତି।

ଯଦି କେନ୍ଦ୍ର ଭାବୁଛି ଏହା ଏକ ମିଥ୍ୟା କାହାଣୀ ସୃଷ୍ଟି କରି ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ଅସ୍ଥିର କରିପାରେ; ତେବେ, ଏହା ଅତ୍ୟନ୍ତ ଭୁଲ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆମେ ଯୁଦ୍ଧ କରିବାକୁ ଯାଉଛୁ... ମୁଁ ଭୟଭୀତ ପରି ପଳାୟନ କରିବି ନାହିଁ କିମ୍ବା ପଳାଇବି ନାହିଁ ବୋଲି ସୋରେନ୍‌ କହିଛନ୍ତି।

ତାଙ୍କ ସପକ୍ଷରେ ଖଣି ଲିଜ୍‌ ପ୍ରଦାନ କରି ଲାଭର ପଦବୀ ରଖିବା ପାଇଁ ତାଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବା ଉଚିତ ନୁହେଁ ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଆୟୋଗଙ୍କୁ ଉତ୍ତର ଦେବାକୁ କୁହାଯାଇଛି। ଏ ପ୍ରସଙ୍ଗରେ ସେ କହିଛନ୍ତି ଯେ ମୋ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମିଥ୍ୟା ଏବଂ ମନଗଢା। ଖଣି ଲିଜ୍‌ ପ୍ରସଙ୍ଗ ଏକ ପୁରୁଣା ପ୍ରସଙ୍ଗ, ଯାହା ୨୦୦୭ରେ ନିର୍ବାଚନ ସତ୍ୟପାଠରେ ମୋ ଦ୍ୱାରା ବିଧିବଦ୍ଧ ଭାବରେ ଘୋଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ସୋରେନ୍‌ ଦର୍ଶାଇଛନ୍ତି ଯେ ଆଇନଗତ ମତାମତ ତାଙ୍କ ସପକ୍ଷରେ ଅଛି ଏବଂ ତାଙ୍କୁ ବିଧାୟକ ଭାବରେ ଅଯୋଗ୍ୟ ଘୋଷଣା କରାଯିବାର ସମ୍ଭାବନା ନାହିଁ। ରାଜ୍ୟରେ ବିକାଶ କାର୍ଯ୍ୟକୁ ବିଫଳ କରିବା ପାଇଁ ଏହା ବିଜେପିର ଏକ ଚାଲ୍‌ ଏବଂ ଗେରୁଆ ଦଳର ମନ୍ଦ ଉଦ୍ଦେଶ୍ୟ କାହା ପାଇଁ ଅଜ୍ଞାତ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe