Photo Courtesy of TOI
ମୁମ୍ବାଇ: ଦାଉଦ୍ ଇବ୍ରାହିମ୍ଙ୍କ ସମ୍ପତ୍ତି ବିକ୍ରୟ କରିବାକୁ ଦୁଇ ବର୍ଷ ଉଦ୍ୟମ କରିବା ପରେ (ଦିଲ୍ଲୀ ଜାଇକା ଭାବେ ଜଣାଶୁଣା ହୋଟେଲ୍ ରୌନ୍କ ଆଫ୍ରୋଜ୍) ଅଣ୍ଡର୍ଓ୍ଵାର୍ଲଡ୍ ଡନ୍ ମାଲିକାନାରେ ଅଛି ବୋଲି କୁହାଯାଉଥିବା ସେ ପରିସର ସମେତ ଅନ୍ୟ ପାଞ୍ଚଟି ସମ୍ପତ୍ତିର ନିଲାମ ଡାକରା ପୁଣି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ।
ସ୍ମଗ୍ଲର୍ ଆଣ୍ଡ୍ ଫରେନ୍ ଏକ୍ସଚେଞ୍ଜ୍ ମାନୁପ୍ୟୁଲେଟର୍ (ଫୋର୍ଟିଫାଏଡ୍ ଅଫ୍ ପ୍ରପର୍ଟି) ଆକ୍ଟ୍ (ଏସ୍ଏଏଫ୍ଇଏମ୍ଏ)ର ପ୍ରଶାସକ ନଭେମ୍ବର ୧୪ ତାରିଖ ଦିନ ସଂରକ୍ଷିତ ମୂଲ୍ୟ ୫. ୫ କୋଟି ଟଙ୍କାରେ ୬ଟି ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଡାକିବାକୁ ଏକ ଖବରକାଗଜ ବିଜ୍ଞପ୍ତି ଜାରି କରିଛନ୍ତି।
Photo Curtesy of India TVଦାଉଦଙ୍କ ସାନ ଭାଇ ଇକ୍ବଲ୍ କସ୍କର୍ ବାସ କରୁଥିବା ଭେଣ୍ଡି ବଜାର ନିକଟବର୍ତ୍ତୀ କୋଠାବାଡ଼ି ଏଥିରେ ଅନ୍ତର୍ଭୁକ୍ତ। କିଛି ଦିନ ତଳେ କସ୍କର୍ ଏଠାରୁ ଚାଲି ଯାଇଥିଲେ। ଏଠାରେ ଦାଉଦ୍ ଅଶୀ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ବାସ କରୁଥିଲେ। ପରେ ସେ ଦେଶରୁ ଖସି ଯିବାରେ ସମର୍ଥ ହୋଇଥିଲେ। ସେ କୋଠାଟିକୁ ଦାଉଦ୍ଙ୍କ ମାଆ ଅମିନା ବାଇ ଏବଂ କସ୍କର୍ ୧୯୮୦ ଦଶକରେ ଅବ୍ଦୁଲ୍ ହୁସେନ୍ ଦମର୍ଓ୍ଵାଲାଙ୍କ ଠାରୁ ଖରିଦ କରିଥିଲେ ବୋଲି ସେଠାରେ ବସବାସ କରୁଥିବା ଜଣେ ଦଖଲକାରୀ କହିଛନ୍ତି।
Photo Curtesy of NDTVଅନ୍ୟଗୁଡ଼ିକ ହେଉଛି ମହମ୍ମଦ୍ ଅଲି ରୋଡ୍ସ୍ଥିତ ଶବନମ୍ ଗେଷ୍ଟ୍ ହାଉସ୍, ମାଜଗାଁସ୍ଥିତ ପର୍ଲ ହାର୍ବର୍ ବିଲ୍ଡିଙ୍ଗ୍ରେ ଏକ ଫ୍ଲାଟ୍, ଶୈଫି ଜୁବିଲି ଷ୍ଟ୍ରିଟ୍ରେ ଥିବା ଦାଦ୍ରିଓ୍ଵାଲା ଚଅଲ୍ରେ ଥିବା ଏକ କୋଠରିର ଭାଗ ଏବଂ ଔରଙ୍ଗାବାଦ ଜିଲ୍ଲାରେ ଥିବା ୬୦୦ ବର୍ଗ ମିଟରର୍ ଏକ କାରଖାନା ପ୍ଲଟ୍। ଦଶନ୍ଧି ଦଶନ୍ଧି ଧରି ଡି-କମ୍ପାନିର ନିୟନ୍ତ୍ରଣରେ ଥିଲା। ଏ ସବୁ ମୁମ୍ବାଇ ସମ୍ପତ୍ତି ମାଜଗାଁ, ଡୋଙ୍ଗରି ଏବଂ ମହମ୍ମଦ ଅଲି ରୋଡ୍ ଅନ୍ତର୍ଗତ ୨ ବର୍ଗ କିଲୋମିଟର୍ ମଧ୍ୟରେ। ମୁମ୍ବାଇ ଅନ୍ତର୍ଗତ ଏ ସମସ୍ତ ସମ୍ପତ୍ତି ଆଂଶିକ ବ୍ୟବସାୟିକ, ଲଜ୍ ଆଦି ଥାଇ ଆଂଶିକ ବାସସ୍ଥାନ, ଦୋକାନ ଏବଂ ବାସଭବନ ଆଦି ବୋଲି ବିବେଚନା କରାଯାଉଛି।
Photo Curtesy of YouTubeପୂର୍ବ ନିଲାମରେ, ପୂର୍ବତନ ସାମ୍ବାଦିକ ଏସ୍ ବାଳକୃଷ୍ଣନ୍ଙ୍କ ଏନ୍ଜିଓ ‘ଦେଶ ସେବା ସମିତି’ ହୋଟେଲ୍ ରୌନକ୍ ଆଫ୍ରୋଜ୍ ପ୍ଲଟ୍ ନିମନ୍ତେ ସର୍ବାଧିକ ୪. ୨୮ କୋଟି ଟଙ୍କା ନିଲାମ ଧରିଥିଲା। ଏଥିପାଇଁ ସେ ଏନ୍ଜିଓ ୩୦ ଲକ୍ଷ ଟଙ୍କା ଆର୍ଣ୍ଣେଷ୍ଟ୍ ମନି ଦାଖଲ କରିଥିଲା। କିନ୍ତୁ, ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ ବାକି ୩. ୯୮ କୋଟି ଟଙ୍କା ସେ ଏନ୍ଜିଓ ଯୋଗାଡ଼ କରି ନ ପାରିବାରୁ ସମ୍ପତ୍ତି କିଣିବାର ସୁଯୋଗ ହରାଇ ଥିଲା।
ଏଥର ଏସ୍ଏଏଫ୍ଇଏମ୍ଏ ସମ୍ପତ୍ତି ଉପରେ ଆର୍ଣ୍ଣେଷ୍ଟ୍ ମନି ଦାଖଲର ପରିମାଣ ୨୩. ୭୨ ଲକ୍ଷ ଟଙ୍କାକୁ କମାଇ ଦେଇଛି। ୨୦୧୫ ନିଲାମ ରାଶି ଠାରୁ ଏହା ୬. ୨୮ ଲକ୍ଷ ଟଙ୍କା କମ୍। ସଂରକ୍ଷିତ ମୂଲ୍ୟ ରଖା ଯାଇଛି ୧. ୧୮ କୋଟି ଟଙ୍କା। ସେ ୪୫ ବର୍ଗ ମିଟର ସମ୍ପତ୍ତିର ବଜାର ଦର ପ୍ରାୟ ୬ କୋଟିରୁ ୮ କୋଟି ଟଙ୍କା ମୂଲ୍ୟର ହେବ ବୋଲି କୁହାଯାଉଛି।
Follow Us