ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦କୋଟି ଓ ଭାରତ ବାୟୋଟେକକୁ ୧୫୦୦କୋଟି ଟଙ୍କା ଋଣ ଦେବେ ସରକାର

Advertisment
ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦କୋଟି ଓ ଭାରତ ବାୟୋଟେକକୁ ୧୫୦୦କୋଟି ଟଙ୍କା ଋଣ ଦେବେ ସରକାର

indiatoday

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଆଗକୁ ଟିକାର ଅଧିକ ଆବଶ୍ୟକତା ଥିବାରୁ କେନ୍ଦ୍ର ସରକାର ଭାରତର ଦୁଇଟି ଟିକା ଉତ୍ପାଦନକାରୀ କମ୍ପାନି ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ଟିକା ଉତ୍ପାଦନ କ୍ଷମତା ବଢ଼ାଇବା ସହ ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେରମ ଇନଷ୍ଟିଚ୍ୟୁଟକୁ କେନ୍ଦ୍ର ସରକାର ୩୦୦୦କୋଟି ଟଙ୍କାର ଋଣ ଦେଉଥିବା ବେଳେ ଭାରତ ବାୟୋଟେକକୁ ୧୫୦୦କୋଟି ଟଙ୍କା ଋଣ ଦେବେ।

COVID-19 vaccine: Centre places orders for 6 crore doses from SII, Bharat  Biotech Business Today

ଏହା ଦ୍ବାରା ଉତ୍ପାଦନ ବଢ଼ିବା ସହ ଟିକାର ଅଭାବ ଦେଖାଯିବ ନାହିଁ। ଏହି ଅର୍ଥକୁ ଅର୍ଥ ମନ୍ତ୍ରାଳୟ ଅନୁମୋଦନ କରିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଦୁଇଟି କମ୍ପାନିକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କୋଭାକ୍ସିନର ଉତ୍ପାଦନ ବୃଦ୍ଧି ପାଇଁ ଭାରତ ବାୟୋଟେକକୁ ୬୫କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବାର କିଛି ଦିନ ପରେ ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। କେନ୍ଦ୍ରର ଏହି ଅନୁଦାନ ‘ଆତ୍ମନିର୍ଭର ଭ‌ାରତ ୩.୦ମିଶନ କୋଭିଡ ସୁରକ୍ଷାର’ ଅଂଶ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe