ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ‌ଖୋଜିବେ କେନ୍ଦ୍ର ସରକାର

ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ‌ଖୋଜିବେ କେନ୍ଦ୍ର ସରକାର

Image Courtesy of The Hindu

ନୂଆଦିଲ୍ଲୀ: ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ଖୋଜି ବାହାର କରିବା ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ବିଶେଷଜ୍ଞ କମିଟିରେ ଅଧ୍ୟକ୍ଷତା କରିବେ କୋଲ୍‌କାତା ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍‌. ପି. ମୁଖାର୍ଜୀ। ଏହି କମିଟିରେ ଅର୍ଥଶାସ୍ତ୍ରୀ ଓ ପରିସଂଖ୍ୟାନବିତ୍‌ ମଧ୍ୟ ରହିବେ।

ଏହି ବିଶେଷଜ୍ଞ କମିଟିର ସର୍ଭେ ରିପୋର୍ଟ ଅନୁସାରେ ରୋଜଗାରର ନୂଆ ଯୋଜନା ପ୍ରସ୍ତୁତି କରାଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କୁହାଯାଉଛି। ପ୍ରବାସୀ, ଘରୋଇ ଶ୍ରମିକ ତଥା ବୃତ୍ତିଗତ ସଂଗଠନ ଉପରେ ଏହି ସର୍ଭେ ଧ୍ୟାନ ଦେବ। ଫଳରେ ସେମାନଙ୍କ ରୋଜଗାର ସ୍ଥିତି ସମ୍ବନ୍ଧୀୟ ସମସ୍ତ ତଥ୍ୟାବଳୀ ସଂଗ୍ରହ କରାଯାଇ ପାରିବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଦେଶରେ ବେରୋଜଗାର ପରିସ୍ଥିତି ବୃଦ୍ଧି ହେବାରୁ ସରକାର ବିଶେଷଜ୍ଞ କମିଟି ଦ୍ବାରା ଏପରି ସର୍ଭେ କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe