ଦେଶର ୮୦ କୋଟି ଗରିବଙ୍କୁ ଆସନ୍ତା ୨ ମାସ ପାଇଁ ମାଗଣାରେ ମିଳିବ ୫ କିଲୋ ଖାଦ୍ୟଶସ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଦେଶର ୮୦ କୋଟି ଗରିବଙ୍କୁ ଆସନ୍ତା ୨ ମାସ ପାଇଁ ମାଗଣାରେ ମିଳିବ ୫ କିଲୋ ଖାଦ୍ୟଶସ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଦୁଇମାସ (ମେ ଏବଂ ଜୁନ୍‌) ପାଇଁ କେନ୍ଦ୍ର ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଯୋଜନା ଅନୁଯାୟୀ, ହିତାଧିକାରୀଙ୍କୁ କେନ୍ଦ୍ର ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଣ କରିବ। ଏଥିପାଇଁ ୨୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ସମୟରେ ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଛି ସେହି ସମୟରେ ଗରିବଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ସହାୟତା ଜରୁରୀ।

ଏକ ପ୍ରେସ ବିଜ୍ଞପ୍ତିରେ  କେନ୍ଦ୍ର ସରକାର କହିଛନ୍ତି ଯେ ମେ ଏବଂ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ଦେଶର ହିତାଧିକାରୀମାନଙ୍କୁ ଅତିରିକ୍ତ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ। ଏଥିରେ କୁହାଯାଇଛି ଯେ ପ୍ରାୟ ଦେଶର ୮୦ କୋଟି ହିତାଧିକାରୀଙ୍କୁ ମାଗଣାରେ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଥିଲେ ଯାହା ଅଧୀନରେ ଏହା ତିନିମାସ (ଏପ୍ରିଲରୁ ଜୁନ୍‌) ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗା ଯାଉଥିଲା। ପରେ ଏହି ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe