Image Courtesy of Zee News
ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରେ ଫସି ରହିଥିବା ୩,୭୨୬ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଆଜି ଭାରତ ୧୯ଟି ବିମାନ ଚଳାଇବ। ଏହି ବିମାନଗୁଡ଼ିକ ୟୁକ୍ରେନ୍ର ପଡ଼ୋଶୀ ଦେଶଗୁଡ଼ିକରୁ ଚଳାଚଳ କରିବ। ୟୁକ୍ରେନ୍ ଆକାଶପଥ ବନ୍ଦ କରାଯାଇ ଥିବାରୁ ସେଠାରେ ଥିବା ଭାରତୀୟମାନଙ୍କୁ ସଡ଼କ ପଥରେ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ନିଆଯାଇଛି।
ଟୁଇଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି: ‘ଅପରେସେନ୍ ଗଙ୍ଗା’ରେ ବୁକାରେଷ୍ଟ୍ରୁ ୮ଟି, ସୁଚାଭାରୁ ୨ଟି, କୋସିଚିରୁ ୧ଟି, ବୁଡ଼ାପେଷ୍ଟ୍ରୁ ୫ଟି, ଜେଜାଓରୁ ୩ଟି ବିମାନ ଯୋଗେ ୩୭୨୬ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ।
Image Courtesy of The Indian Expressପରିସ୍ଥିତିକୁ ଚାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶରେ ଆଜି ଆମେ ଆମର ୩,୭୨୬ଜଣ ଲୋକଙ୍କୁ ସ୍ବଦେଶକୁ ଆଣିବୁ। ଜୟ ହିନ୍ଦ୍।
ଜନସ୍ଥାନାନ୍ତରଣ ଉଦ୍ୟମରେ ସମନ୍ବୟ ରକ୍ଷା କରାଇବା ନିମନ୍ତେ ସମ୍ପ୍ରତି ସିନ୍ଧିଆ ରୋମାନିଆରେ ଅବସ୍ଥାନ କରୁଛନ୍ତି। ସେହିପରି, ହଙ୍ଗେରିରେ ହରଦୀପ ସିଂହ ପୁରୀ, ସ୍ଲୋଭାକିଆରେ କିରେନ୍ ରିଜିଜୁ ଏବଂ ଅବସରପ୍ରାପ୍ତ ଜେନେରାଲ୍ ଭି.କେ. ସିଂହ ପୋଲାଣ୍ଡ୍ରେ ଅଛନ୍ତି।
ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍ ଆକାଶପଥ ବନ୍ଦ କରାଯାଇଥିବାରୁ ୟୁକ୍ରେନ୍ ପଶ୍ଚିମ ପଟକୁ ଥିବା ରାଷ୍ଟ୍ର ରୋମାନିଆ, ହଙ୍ଗେରି ଏବଂ ପୋଲାଣ୍ଡ୍ରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶକୁ ଫେରାଇ ଅଣାଯାଉଛି। ଏଯାବତ୍ ପ୍ରାୟ ୧୭,୦୦୦ ଭାରତୀୟଙ୍କୁ ୟୁକ୍ରେନ୍ରୁ ଫେରାଇ ଅଣାଯାଇଛି।
Follow Us