ଆସନ୍ତା ସପ୍ତାହରେ କୋଭିଡ୍‌ ଟିକା ବଣ୍ଟନ ଚିଠା ଜାରି କରିବେ କେନ୍ଦ୍ର ସରକାର: ରି‌ପୋର୍ଟ

Advertisment
୮୩ % ସ୍ବାସ୍ଥ୍ୟକର୍ମୀ ନେଲେଣି ଟିକା, ଆଜି ସରିବ ଟିକାକରଣର ବର୍ଦ୍ଧିତ ଅବଧି

Image Courtesy of NDTV

ନୂଆଦିଲ୍ଲୀ: କେତେ ମାସ ମଧ୍ୟରେ କରୋନାଭାଇରସ୍ ଟିକା ମିଳିବାର ସମ୍ଭାବନା ଥିବାରୁ ସମଗ୍ର ଦେଶରେ ତୁରନ୍ତ ଟିକା ପହଞ୍ଚାଇବା ନିମନ୍ତେ ସୁନିଶ୍ଚିତ ହେବାକୁ ସରକାର କୋଲ୍‌ଡ୍‌ ଚେନ୍ ଷ୍ଟୋରେଜ୍ ସୁବିଧା କରାଇବାକୁ ବ୍ୟାପକ ଯୋଜନା ଆରମ୍ଭ କରିଛନ୍ତି।

ଟିକା ଗଚ୍ଛିତ ରଖାଯାଇ ବଣ୍ଟନ କରାଯିବାକୁ ତାଲୁକସ୍ତରରେ କୋଲ୍‌ଡ୍‌ ଷ୍ଟୋରେଜ୍ କିଂବା ଫ୍ରିଜ୍‌ ଆଦି ଚିହ୍ନଟ କରିବାକୁ ଏକ ଜାତୀୟ ବିଶେଷଜ୍ଞ ସଙ୍ଗଠନ ସରକାରୀ ଓ ଘରୋଇ ସେକ୍ଟର୍‌ରେ ଥିବା ଫାର୍ମାସ୍ୟୁଟିକାଲ୍‌ ସେକ୍ଟର୍, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଭିତ୍ତିକ ବ୍ୟବସାୟ ଓ ସ୍ବିଗି ଏବଂ ଜୋମାଟୋ ଭଳି ଖାଦ୍ୟ ଡେଲିଭରି କମ୍ପାନି ସହ ଆଲୋଚନା କରୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଆସନ୍ତା ସପ୍ତାହ ମଧ୍ୟ ଭାଗ ବେଳକୁ ଟିକା ବଣ୍ଟନ ନିମନ୍ତେ ଏକ ଚିଠା ଜାରି ହେବାର ସମ୍ଭାବନା ଅଛି ବୋଲି ଉପରୋକ୍ତ ସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of FirstPost

ଆଗାମୀ ମାସମାନଙ୍କରେ ଅନ୍ୟୂନ ଗୋଟିଏ ସ୍ବଦେଶୀ ଏବଂ ତିନୋଟି ବିଦେଶୀ ଟିକା ଭାରତରେ ମିଳିବାର ସମ୍ଭାବନା ଅଛି।

ଅଳ୍ପ କେତୋଟି ଫ୍ରିଜ୍‌-ଡ୍ରାଏଡ୍‌ ଟିକାକୁ ଛାଡ଼ିଦେଲେ ବାକିତକ ଟିକା ତରଳ ଅବସ୍ଥାରେ ଆସିବ ବୋଲି ଆଶା କରାଯାଉଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିକା ପାରମ୍ପରିକ କୋଲ୍‌ଡ୍‌ ଚେନ୍‌ ଉତ୍ତାପ ବର୍ଗର ହୋଇଥିବାରୁ ୨ରୁ ୮ ଡିଗ୍ରି ସେଲିସିୟସ୍ ଉତ୍ତାପରେ ରଖିବାକୁ ପଡ଼ିବ। ଆହୁରି କେତେକ ଟିକା ପାଇଁ ବିଯୁକ୍ତ ୬୦ରୁ ବିଯୁକ୍ତ ୮୦ ଡିଗ୍ରି ସେଲିସିୟସ୍‌ ତାପମାତ୍ରା ଆବଶ୍ୟକ ଥିବାରୁ ଘରୋଇ ସେକ୍ଟର୍‌ର କୋଲ୍‌ଡ୍‌ ଚେନ୍ ଆବଶ୍ୟକ ପଡ଼ିପାରେ।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, କେରଳ, ତେଲେଙ୍ଗାନା, ଦିଲ୍ଲୀ, ଆସାମ, ଝାଡ଼ଖଣ୍ଡ, ପଞ୍ଜାବ ଏବଂ ଓଡ଼ିଶାରେ କୋଲ୍‌ଡ୍‌ ଚେନ୍ ସାମର୍ଥ୍ୟ ବୃଦ୍ଧି କରାଯିବା ଆବଶ୍ୟକ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe