ଲାକ୍ଷାଦ୍ୱୀପରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ମାଂସକୁ ବାଦ; କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମ କୋର୍ଟ

Advertisment
ଲାକ୍ଷାଦ୍ୱୀପରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ମାଂସକୁ ବାଦ; କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମ କୋର୍ଟ

Image Courtesy: Logical India

ନୂଆଦିଲ୍ଲୀ: ଦୁଗ୍ଧ ଫାର୍ମ ବନ୍ଦ କରିବା ଏବଂ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରୁ ଚିକେନ୍‌ ସମେତ ମାଂସ ଉତ୍ପାଦ ହଟାଇବା ପାଇଁ ଲାକ୍ଷାଦ୍ୱୀପ ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ ସୁପ୍ରିମ କୋର୍ଟ ସୋମବାର କେନ୍ଦ୍ର ଏବଂ ଅନ୍ୟ ପ୍ରତିପକ୍ଷମାନଙ୍କ ଠାରୁ ପ୍ରତିକ୍ରିୟା ମାଗିଛନ୍ତି।

ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେରଳ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ୱୀପର ପ୍ରାଶସନ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି ଯାହା ଲାକ୍ଷାଦ୍ୱୀପ ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ପିଆଇଏଲକୁ ଖାରଜ କରିଦେଇଛି।

ଉଲ୍ଲେଖଯୋଗ୍ୟ, କେରଳ ହାଇକୋର୍ଟର ଏକ ଖଣ୍ଡପୀଠ ବେଞ୍ଚ ସେପ୍ଟେଟର ୨୦୨୧ରେ କାଭାରଟି-ମୂଳ ଅଜମଲ ଅହମ୍ମଦଙ୍କ ଦ୍ୱାରା ଦାଖଲ ହୋଇଥିବା ପିଆଇଏଲକୁ ଖାରଜ କରିଦେଇଥିଲେ। ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଗତ ବର୍ଷ ଡିସେମ୍ବରରେ ଯେତେବେଳେ ପ୍ରଫୁଲ ଖୋଡା ପଟେଲ ଦ୍ୱୀପ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ଥିଲା ଦ୍ୱୀପପୁଞ୍ଜର ଖାଦ୍ୟ ଅଭ୍ୟାସ ଉପରେ ’ଆକ୍ରମଣ’ କରିବା; ଯାହାକି ଅନାଦି କାଳରୁ ଅନୁସରଣ କରାଯାଉଛି। ଆବେଦନକାରୀ ଲାକ୍ଷାଦ୍ୱୀପରେ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରୁ ଚିକେନ୍‌ ଏବଂ ଅନ୍ୟାନ୍ୟ ମାଂସ ଜାତୀୟ ସାମଗ୍ରୀ ହଟାଇବା ପାଇଁ ପ୍ରଶାସନର ନିଷ୍ପତ୍ତିକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe