ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଛନ୍ତି ଓଡ଼ିଶା ସମେତ ୫ ରାଜ୍ୟ, ପ୍ରଧାନମନ୍ତ୍ରୀ ଆବାସ ଘର ଫେରାଇ ନେବାକୁ କେନ୍ଦ୍ରର ଚରମବାଣୀ

Advertisment
ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଛନ୍ତି ଓଡ଼ିଶା ସମେତ ୫ ରାଜ୍ୟ, ପ୍ରଧାନମନ୍ତ୍ରୀ ଆବାସ ଘର ଫେରାଇ ନେବାକୁ କେନ୍ଦ୍ରର ଚରମବାଣୀ

ନୂଆଦିଲ୍ଲୀ : ଓଡ଼ିଶା ସମେତ ୫ ରାଜ୍ୟର ଭୂମିହୀନଙ୍କ ପାଇଁ ଆବଣ୍ଟିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଫେରିଯିବାର ଆଶଙ୍କା ଦେଖାଦେଇଛି । ଏହି ରାଜ୍ୟମାନେ ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚରମବାଣୀ ଶୁଣାଇଛନ୍ତି । ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଘରଡିହ ଯୋଗାଇ ଦିଆନଗଲେ ଏସବୁ ରାଜ୍ୟର ଭୂମିହୀନଙ୍କ ପାଇଁ ଆବଣ୍ଟିତ ଘର ଭଲ ପ୍ରଦର୍ଶନ କରୁଥିବା ଅନ୍ୟ ରାଜ୍ୟମାନଙ୍କୁ ଦିଆଯିବ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖାଯାଇଛି ।

ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶର ସବୁ ଗ୍ରାମୀଣ ବାସହୀନଙ୍କୁ ପକ୍କା ଘର ଯୋଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଏହି ଲକ୍ଷ୍ୟ ହାସଲ ଏବେ କଷ୍ଟକର ହୋଇପଡ଼ିଛି । ଏହାର କାରଣ ହେଉଛି ଭୂମିହୀନ ହିତାଧିକାରୀ । ସେମାନଙ୍କୁ ଘରଡିହ ଯୋଗାଇବା ରାଜ୍ୟ ସରକାରମାନଙ୍କ ଦାୟିତ୍ବ ହୋଇଥିବାବେଳେ କିଛି ରାଜ୍ୟ ସରକାର ଏହା କରିବାରେ ଅହେତୁକ ବିଳମ୍ବ କରୁଛନ୍ତି । ଏସବୁ ରାଜ୍ୟ ହେଲେ ମହାରାଷ୍ଟ୍ର,ତାମିଲନାଡୁ, ଆସାମ, ଓଡ଼ିଶା ଓ ବିହାର ।

ସାରା ଦେଶରେ ମୋଟ ୨,୭୯,୬୨୩ ଭୂମିହୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରମାନେ ଘରଡିହ ଯୋଗାଇନାହାନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ହିତାଧିକାରୀ ଉପରୋକ୍ତ ୫ଟି ରାଜ୍ୟରେ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୬୪୪ ଜଣଙ୍କୁ ଘରଡିହ ଦିଆଯାଇନଥିବାବେଳେ ତାମିଲନାଡ଼ର ୯୬,୮୦୬ ଜଣ, ଓଡ଼ିଶାର ୧୮,୮୪୩ ଜଣ, ଆସାମର ୨୦୪୩୮ ଜଣ, ବିହାରର ୧୬୯୪୩ ଜଣ ଲୋକଙ୍କୁ ଘରଡିହ ଯୋଗାଯାଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe