curioski.com
ନୂଆଦିଲ୍ଲୀ : ପୁଷ୍ଟିକର ଖାଦ୍ୟ ରପ୍ତାନି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହାର ସର୍ବୋଚ୍ଚ କୃଷି ରପ୍ତାନି ପ୍ରୋତ୍ସାହନ ସଂସ୍ଥା, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ମାଧ୍ୟମରେ ଡିସେମ୍ବର ୨୦୨୨ରୁ ସାରା ବିଶ୍ୱରେ ଭାରତୀୟ ମିଲେଟ (ମାଣ୍ଡିଆ, ବାଜରା ଆଦି ମୋଟା ଶସ୍ୟ) ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି।
ମିଲେଟ (ରପ୍ତାନି ପ୍ରୋତ୍ସାହନ କାର୍ଯ୍ୟକ୍ରମ ମଧ୍ୟ ଭାରତର ସେହି ପ୍ରସ୍ତାବର ପୃଷ୍ଠଭୂମିରେ ଆସିଛି, ଯାହା ୭୨ଟି ଦେଶଙ୍କ ସମର୍ଥନ ପାଇଥିଲା, ଯେଉଁ କାରଣରୁ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନ୍ଜିଏ) ୨୦୨୩ ବର୍ଷକୁ ୫ ମାର୍ଚ୍ଚ ୨୦୨୧ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ (ଆଇୱାଇଓଏମ୍) ଭାବରେ ଘୋଷଣା କରିଥିଲା। ସରକାର ବର୍ତ୍ତମାନ ଭାରତୀୟ ମୋଟା ଶସ୍ୟ ତଥା ଏହାର ମୂଲ୍ୟଯୁକ୍ତ ଉତ୍ପାଦଗୁଡିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ପାଇଁ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଇୱାଇଓଏମ୍ –୨୦୨୩ର ଆୟୋଜନ କରୁଛନ୍ତି। ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୩୨ ମିଲିୟନ ଡଲାର ମୂଲ୍ୟର ମିଲେଟ ଉତ୍ପାଦ ରପ୍ତାନି କରିଛି।
Follow Us