ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର; କର୍ମଚାରୀଙ୍କୁ ମିଳିବ ଦୁଇଗୁଣା ଦରମା

Advertisment
ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର; କର୍ମଚାରୀଙ୍କୁ ମିଳିବ ଦୁଇଗୁଣା ଦରମା

ନୂଆଦିଲ୍ଳୀ: ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କର ଖୁବ୍‌ ଶୀଘ୍ର ଦରମା ବଢ଼ିବାକୁ ଯାଉଛି। ଏ ନେଇ ସୂଚନା ପ୍ରଦାନ କରିଛନ୍ତି କମ୍ପାନିର ସିଇଓ ସତ୍ୟ ନାଡେଲା। ସେ ତାଙ୍କର କର୍ମଚାରୀମାନଙ୍କୁ ଏକ ଇମେଲ୍‌ କରି ସୂଚନା ଦେଇଛନ୍ତି ଯେ କମ୍ପାନି ସେମାନଙ୍କ ଦରମା ପାଖାପାଖି ଦ୍ବିଗୁଣ କରିବାର ଯୋଜନା କରିଛି। କର୍ମଚାରୀମାନଙ୍କ ଇସ୍ତଫାକୁ ରୋକିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ସିଇଓ ତାଙ୍କ କର୍ମଚାରୀମାନଙ୍କୁ ଇମେଲ୍‌ କରି ଲେଖିଛନ୍ତି, ‘ଆମର ଗ୍ରାହକ ଏବଂ ଅଂଶୀଦାରମାନଙ୍କୁ ସଶକ୍ତ କରିବାକୁ ଆପଣଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ। ଆପଣମାନଙ୍କ ଉତ୍ସର୍ଗୀକୃତ ମନୋଭାବ ହେତୁ ବଜାରରେ ଆମର ଚାହିଦା ବୃଦ୍ଧି ପାଇଛି। ନେତୃତ୍ବ ଦଳଗୁଡ଼ିକ ମଧ୍ୟରେ ଆପଣମାନଙ୍କ ପ୍ରଭାବ ସୀକୃତିଯୋଗ୍ୟ ଏବଂ ପ୍ରଶଂସିତ। ମୁଁ ସେଥିପାଇ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି। ସେଥିପାଇଁ ଆମେ ଆପଣମାନଙ୍କ ଉପରେ କିଛି ପୁଞ୍ଜି ବିନିଯୋଗ କରିବାର ନିଷ୍ପତ୍ତି ନେଇଛୁ। କମ୍ପାନି ଆପଣମାନଙ୍କ ଦରମା ପାଖାପାଖି ଦ୍ବିଗୁଣ କରିବାକୁ ଚିନ୍ତା କରିଛି।’

ତେବେ ଏପରି ବହୁଳ ପରିମାଣରେ ଦରମା ବଢ଼ାଇବା କ୍ଷେତ୍ରରେ ମାଇକ୍ରୋସଫ୍ଟ ପ୍ରଥମ ନୁହେଁ। ପୂର୍ବରୁ ଫେବ୍ରୁଆରି ମାସରେ ଇ-କମର୍ସ ସାଇଟ୍‌ ଆମାଜନ୍‌ ମଧ୍ୟ ତା’ର କର୍ମଚାରୀମାନଙ୍କର ଦ୍ବିଗୁଣ ଦରମା ବଢ଼ାଇବା କଥା ଶୁଣିବାକୁ ମିଳିଥିଲା।

ଆପଣ ଜାଣିଥିବେ ନିଶ୍ଚୟ ଯେ ଜନ୍‌ ଟମ୍‌ସନ୍‌ଙ୍କ ସ୍ଥାନରେ ‘ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌’ ସତ୍ୟ ନଡ଼େଲାଙ୍କୁ ଗତ ବର୍ଷ ଜୁନ୍‌ରେ ‘ମାଇକ୍ରୋସଫଟ୍‌ କର୍ପୋରେସନ୍‌’ ତା’ର ନୂତନ ଅଧ୍ୟକ୍ଷ ଭାବେ ନାମିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe