ସରକାରଙ୍କ ନୂଆ ନିୟମ: ଛତିଶଗଡ଼ରେ ସରକାରୀ ଶିକ୍ଷକଙ୍କ ପାଇଁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଳାସପୁର କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଛି।ରାଜ୍ୟର ସରକାରୀ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ବିଷଧର ଜନ୍ତୁ ଓ ପ୍ରାଣୀମାନଙ୍କ ମୁକାବିଲା କରିବାକୁ ବାଧ୍ୟ କରାଯାଇଛି। ଏହି ନୂତନ ନିର୍ଦ୍ଦେଶ ପୁଣି ଥରେ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।
ବିଳାସପୁର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ନିର୍ଦ୍ଦେଶ କୋର୍ଟଙ୍କ ସୁରକ୍ଷା ସମ୍ବନ୍ଧିତ ଆଦେଶକୁ ଦର୍ଶାଇ ଜାରି କରିଛନ୍ତି। ଚିଠିରେ ସ୍କୁଲଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ଆହୁରି ସୁଦୃଢ଼ କରାଯିବା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି। ଏଥିସହିତ ଅନେକ ଅଞ୍ଚଳରେ ସ୍କୁଲଗୁଡ଼ିକ ଖୋଲା ପଡ଼ିଆ, ଜଙ୍ଗଲ କିମ୍ବା ଜନବସତିଠାରୁ ଦୂରରେ ଅବସ୍ଥିତ, ଯେଉଁଠାରେ ପଶୁ ଏବଂ ବିଷାକ୍ତ ପ୍ରାଣୀଙ୍କ ବିପଦ ଅଧିକ ରହିଥାଏ। ଏଭଳି ପରିସ୍ଥିତିରେ ଶିକ୍ଷକମାନଙ୍କୁ ଉକ୍ତ ଜନ୍ତୁଗୁଡ଼ିକର ସାମ୍ନା କରିବା ପାଇଁ ନିର୍ଦ୍ଦେଶ ହୋଇଛି।
ଛତିଶଗଡ଼ ସରକାରୀ ଶିକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ସିଭିଲ୍ ନଂ ୦୫/୨୦୨୫ ଅନୁଯାୟୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଏବଂ ସରକାରୀ/ବେସରକାରୀ/ସହାୟତାପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଠାଯାଇଛି।
ଅଧିକପଢ଼ନ୍ତୁ:ମୁନିରଙ୍କ ପ୍ରିୟ ଅଧିକାରୀଙ୍କ ଲଜ୍ଜାଜନକ କାର୍ଯ୍ୟ: ମହିଳା ସାମ୍ବାଦିକଙ୍କୁ ଆଖି ମାରିଲେ, ଭିଡିଓ ଭାଇରାଲ୍
ଶିକ୍ଷକମାନେ ଉଠାଇଛନ୍ତି ଆପତ୍ତି
ଜାରି ହୋଇଥିବା ନୂତନ ନିର୍ଦ୍ଦେଶ ପରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଏହାକୁ ଅବାସ୍ତବ ବୋଲି କହି କହିଛନ୍ତି ଯେ ଶିକ୍ଷକମାନେ ପୂର୍ବରୁ ପାଠପଢ଼ା, ପରୀକ୍ଷା, ପ୍ରଶାସନିକ କାର୍ଯ୍ୟ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ବୋଝରେ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି। ଏଭଳି ସମୟରେ ପୁଣି ବିଷଧର ଜନ୍ତୁଙ୍କ ସାମ୍ନା କରିବା ନିର୍ଦ୍ଦେଶ ଆଦୌ ଗ୍ରହଣୀୟ ନୁହେଁ। ଶିକ୍ଷକ ସଂଘ ଏହି ନୂତନ ନିର୍ଦ୍ଦେଶ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘ କହିଛି ଯେ ସାପ, ବିଛା କିମ୍ବା କୌଣସି ବିଷାକ୍ତ ପ୍ରାଣୀଙ୍କ ସାମ୍ନା କରିବା ଦ୍ବାରା ଶିକ୍ଷକମାନେ ନିଜ ଜୀବନକୁ ବିପଦରେ ପକାଇବା ସହିତ ସମାନ। ପିଲାମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଏହା ଠିକ, କିନ୍ତୁ ଶିକ୍ଷକମାନଙ୍କ ଜୀବନର କ'ଣ ମୂଲ୍ୟନାହିଁ?"
ଅଧିକପଢ଼ନ୍ତୁ:୧୯ ମାର୍ଚ୍ଚ, ୨୦୨୬ରେ ବଡ଼ ବକ୍ସ ଅଫିସ୍ ଟକ୍କର! ଏକାସଙ୍ଗରେ ୪ ଫିଲ୍ମ୍ ରିଲିଜ୍
/sambad/media/agency_attachments/2024-07-24t043029592z-sambad-original.webp)
