ଅଡ଼ୁଆରେ ମହାରାଷ୍ଟ୍ରର ମନ୍ତ୍ରୀ ଛଗନ ଭୁଜବଳ

ମହାରାଷ୍ଟ୍ରର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳଙ୍କ ସମସ୍ୟା ବଢ଼ିପାରେ। କାରଣ ଏକ ବେନାମୀ ସମ୍ପତ୍ତି ମାମଲାକୁ ପୁଣି ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

chagan

ମୁମ୍ବାଇ : ମହାରାଷ୍ଟ୍ରର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳଙ୍କ ସମସ୍ୟା ବଢ଼ିପାରେ। କାରଣ ଏକ ବେନାମୀ ସମ୍ପତ୍ତି ମାମଲାକୁ ପୁଣି ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ଛଗନ ଭୁଜବଳ ଏବଂ ଅନ୍ୟମାନଙ୍କ ବିରୋଧରେ ୨୦୨୧ର ବେନାମୀ ସମ୍ପତ୍ତି ମାମଲା ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର (ସେପ୍ଟେମ୍ବର ୧୬) ଏହି ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟ ବୈଷୟିକ ଆଧାରରେ ଏହି ମାମଲାର କାର୍ଯ୍ୟଧାରା ବାତିଲ କରିଦେଇଥିଲେ। ବର୍ତ୍ତମାନ ମାମଲାକୁ ମୂଳ ପର୍ଯ୍ୟାୟକୁ ଫେରାଇ ଅଣାଯାଇଛି ଏବଂ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୬ ରେ ସ୍ୱତନ୍ତ୍ର ସାଂସଦ / ବିଧାୟକ କୋର୍ଟରେ ଅନୁଷ୍ଠିତ ହେବ।

ଆୟକର ବିଭାଗ ୨୦୨୧ ମସିହାରେ ଛଗନ ଭୁଜବଳ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଫାର୍ମ ଆର୍ମଷ୍ଟ୍ରଙ୍ଗ ଇନଫ୍ରାଷ୍ଟକ୍ଚର ପ୍ରାଇଭେଟ୍ ଲିମିଟେଡ୍, ପରଭେସ୍ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଦେବୀଶା କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ବେନାମୀ ସମ୍ପତ୍ତି ମାମଲା ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe