ଭାଙ୍ଗିଗଲା ୪ବର୍ଷର ବିବାହ: ଅଲଗା ହେଲେ ଚହଲ ଏବଂ ଧନଶ୍ରୀ

ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଆଇନଗତ ଛାଡପତ୍ର ଚୂଡ଼ାନ୍ତ ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଛାଡପତ୍ରର ନିଷ୍ପତ୍ତି ନିଆଯାଇଛି। ଛାଡ଼ପତ୍ରକୁ ନେଇ ଜଡ଼ିତ ଥିବା ସମସ୍ତ ଔପଚାରିକତା ଫେବ୍ରୁଆରି ୨୦ ତାରିଖ ଗୁରୁବାରଦିନ କୋର୍ଟରେ ଶେଷ ହେବ।

eqrwq

ମୁମ୍ବାଇ: ଦୀର୍ଘ ଦିନ ଧରି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ଅନ୍ତ ଘଟିଛି ।

ସୂଚନା ଅନୁଯାୟୀ, ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଆଇନଗତ ଛାଡପତ୍ର ଚୂଡ଼ାନ୍ତ ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଛାଡପତ୍ରର ନିଷ୍ପତ୍ତି ନିଆଯାଇଛି। ଛାଡ଼ପତ୍ରକୁ ନେଇ ଜଡ଼ିତ ଥିବା ସମସ୍ତ ଔପଚାରିକତା ଫେବ୍ରୁଆରି ୨୦ ତାରିଖ ଗୁରୁବାରଦିନ କୋର୍ଟରେ ଶେଷ ହେବ। ଏଥିପାଇଁ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କୁହାଯାଇଛି। 

ୟୁଜବେନ୍ଦ୍ର ଭଗବାନଙ୍କୁ ଧନ୍ୟବା ଦ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ୟୁଜବେନ୍ଦ୍ର ଲେଖିଛନ୍ତି, “ଯେତିକି ମୁଁ ଗଣନା କରି ପାରିବି ତା’ ଠାରୁ ଅଧିକ ଥର ଭଗବାନ ମୋର ରକ୍ଷା କରିଛନ୍ତି। ତେଣୁ ମୁଁ କେବଳ ସେହି ସମୟ କଳ୍ପନା କରିପାରିବି ଯେତେବେଳେ ମୋତେ ରକ୍ଷା କରାଯାଇଥିଲା।  ଯାହା ବିଷୟରେ ମୁଁ ଜାଣି ନଥିଲି। ହେ ପରମେଶ୍ୱର, ସବୁବେଳେ ସେଠାରେ ଥିବାରୁ ଆପଣଙ୍କୁ ଧନ୍ୟବାଦ। 

ଚହଲ ଏବଂ ଧନଶ୍ରୀଙ୍କ ଅଗଷ୍ଟ ୨୦୨୦ ରେ ନିର୍ବନ୍ଧ ହୋଇଥିଲା।   ୨୦୨୦ ଡିସେମ୍ବରରେ ଦୁହେଁ ବିବାହ କରିଥିଲେ। ସମ୍ପ୍ରତି କ୍ରିକେଟରଙ୍କ ଚାରି ବର୍ଷର ବିବାହ ଭାଙ୍ଗି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe