ସିପିଇସି ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର କରିବା ଲାଗି ଭାରତ ସହ ଆଲୋଚନା ପାଇଁ ଚୀନ୍‌ ଆଗ୍ରହୀ

Advertisment
ଚୀନ୍‌କୁ ଭାରତର ସର୍ତ୍ତ ପିଓକେରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ କର

zeenews

ବେଜିଂ: ସଂପ୍ରତି ପାକିସ୍ତାନ ମଧ୍ୟ ଦେଇ ଚୀନ୍‌ ପକ୍ଷରୁ ନିର୍ମାଣଧୀନ ଥିବା ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର୍‌ (ସିପିଇସି)କୁ କେନ୍ଦ୍ର କରି ଚୀନ୍‌ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ତ ପ୍ରକାରର ମତପାର୍ଥକ୍ୟ ଓ ଦ୍ୱନ୍ଦ୍ୱକୁ ଆଲୋଚନା ଓ କଥାବାର୍ତ୍ତା ଜରିଆରେ ଦୂର କରିବା ପାଇଁ ଚୀନ୍‌ ଆଗ୍ରହୀ ଅଛି ବୋଲି ଆଜି ଘୋଷଣା କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚୀନ୍‌ର ଜିଙ୍ଗ୍‌ଜିଆଙ୍ଗ୍‌ ପ୍ରଦେଶକୁ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଗଦ୍ୱର ବନ୍ଦର ସହିତ ସଡ଼କ ପଥରେ ଯୋଡ଼ିବା ପାଇଁ ୫୦ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଚୀନ୍‌ ପକ୍ଷରୁ ନିର୍ମାଣ ଚାଲିଥିବା ଏହି ସିପିଇସି ପ୍ରକଳ୍ପକୁ ନେଇ ଭାରତ ପ୍ରତିବାଦର ସ୍ୱର ଉଠାଇଥିଲା। ବିବାଦୀୟ ଥିବା ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ଦେଇ ଏହି ପ୍ରସ୍ତାବିତ ସଡ଼କ ପଥ ଯାଉଥିବାରୁ ଭାରତ ଏହାର ବିରୋଧ କରିଥିଲା। ତେବେ, ଭାରତର ଏହି ପ୍ରତିବାଦ ବା ବିରୋଧ ଉପରେ ଚୀନ୍‌ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ନ କରି ନିରବରେ ବସି ରହିଥିଲା।

publive-image zeenews

ତେବେ, ଚୀନ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବାମ୍ବାଓ୍ଵାଲେ ଗତକାଲି ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମସ୍‌’କୁ ଏକ ସାକ୍ଷାତକାର ଦେଇ ବେଶ ସ୍ପଷ୍ଟ ଓ ଶାଣିତ ଭାବେ କହିଥିଲେ ଯେ ସିପିଇସି ପ୍ରସଙ୍ଗରେ ଭାରତର ବିରୋଧ ଓ ପ୍ରତିବାଦକୁ ଚୀନ୍‌ କ୍ରମାଗତ ଭାବେ ଅଣଦେଖା କରି ଚାଲିଛି। ତେବେ, ଏ ପ୍ରସଙ୍ଗରେ ଭାରତର ପ୍ରତିବାଦ ଓ ବିରୋଧକୁ ଗାଲିଚା ତଳେ ଚାପି ଦିଆଯାଇ ପାରିବ ନାହିଁ; କିମ୍ବା ଓଳାଇ ଫିଙ୍ଗି ଦିଆଯାଇ ପାରିବ ନାହିଁ।

ଏହି ଘଟଣା ପରେ ପରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନ୍‌ୟିଙ୍ଗ୍‌ ଆଜି ଘୋଷଣା କରି କହିଛନ୍ତି ଯେ ସିପିଇସି ପ୍ରସଙ୍ଗରେ ଚୀନ୍‌ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ଏବଂ ଉଭୟ ଦେଶ ପରସ୍ପର ମଧ୍ୟରେ ଆଲୋଚନା ଓ କଥାବାର୍ତ୍ତା ଜରିଆରେ ନିଜ ନିଜର ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପ୍ରସଙ୍ଗରେ ରହିଥିବା ସମସ୍ତ ବିରୋଧ ଓ ମତଭେଦକୁ ଦୂର କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe