ଚାଷୀଙ୍କ ଦେଶବ୍ୟାପି ‘ଚକା ଜାମ’ ଶନିବାର; ଜାଣନ୍ତୁ ୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ଚାଷୀଙ୍କ ଦେଶବ୍ୟାପି ‘ଚକା ଜାମ’ ଶନିବାର; ଜାଣନ୍ତୁ  ୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ମାସାଧିକ କାଳ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆସନ୍ତାକାଲି (ଶନିବାର) ଦେଶବ୍ୟାପୀ ‘ଚକା ଜାମ’ ଡାକରା ଦେଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ ଆଜି କହିଛନ୍ତି ଯେ ଆସନ୍ତାକାଲିର ଦେଶବ୍ୟାପୀ ‘ଚକା ଜାମ’ରୁ ରାଜଧାନୀ ଦିଲ୍ଲୀକୁ ବାଦ ଦିଆଯାଇଛି। ଦିଲ୍ଲୀରେ ଚାଷୀମାନଙ୍କ ଦ୍ୱାରା କୌଣସି ପ୍ରକାରର ରାସ୍ତା ଅବରୋଧ କିମ୍ବା ‘ଚକା ଜାମ’ କରାଯିବ ନାହିଁ। ‘ଚକା ଜାମ’ ଆନ୍ଦୋଳନ ସଂପର୍କରେ ସ୍ପଷ୍ଟ କରିବାକୁ ଯାଇ ବିକେୟୁ ନେତା ଟିକାୟତ କହିଛନ୍ତି:

୧) ରାଜଧାନୀ ଦିଲ୍ଲୀକୁ ବାଦ୍‌ ଦେଇ ଆସନ୍ତାକାଲି ସାରା ଦେଶରେ ‘ଚକା ଜାମ’ ଆନ୍ଦୋଳନ କରାଯିବ।

୨) ଆନ୍ଦୋଳନକୁ ସମର୍ଥନ କରୁଥିବା ଚାଷୀମାନେ ନିଜ ନିଜ ଅଞ୍ଚଳରେ ‘ଚକା ଜାମ’ ଆନ୍ଦୋଳନରେ ସାମିଲ ହେବେ।

୩) ଦିଲ୍ଲୀ ବ୍ୟତୀତ ଦେଶର ସମସ୍ତ ରାଜ୍ୟର ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥକୁ ‘ଚକା ଜାମ’ କାଳାରେ ଅବରୋଧ କରାଯିବ।

୪) ପ୍ରସ୍ତାବିତ ଚକା ଜାମ ଆନ୍ଦୋଳନ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଏବଂ ସମସ୍ତ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥକୁ ଜାମ୍‌ କରି ଦିଆଯିବ।

୫) ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍‌ସ ପରି ଜରୁରୀକାଳୀନ ତଥା ଅତ୍ୟାବଶ୍ୟକ ସେବାକୁ ଚକା ଜାମରୁ ବାଦ ଦିଆଯିବ।

୬) ‘ଚକା ଜାମ୍‌’ ଆନ୍ଦୋଳନ ସମ୍ପୂର୍ଣ୍ଣ ଅହିଂସା ଏବଂ ଶାନ୍ତିପୂର୍ଣ୍ଣ ରହିବ।

୭) ଚକା ଜାମ୍‌ ଶେଷ ପୂର୍ବରୁ ରାସ୍ତା ଉପରେ ଅଟକି ରହି ରହିଥିବା ଗାଡ଼ିଘୁଡ଼ିକର ହର୍ଣ୍ଣକୁ ଏକ ମିନିଟ୍‌ ପାଇଁ ଲଗାତାର ଭାବେ ବଜାଯାଇ ‘ଚକା ଜାମ’ ଆନ୍ଦୋଳନର ଶେଷ ହେବ।

ଉଲ୍ଲେଖଯୋଗ୍ୟ, ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜାତୀୟ ରାଜଧାନୀର ବିଭିନ୍ନ ସୀମା ଗତ ନଭେମ୍ବର ୨୬, ୨୦୨୦ ଠାରୁ ଆନ୍ଦୋଳନ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe