ସିବିଏସଇ ପୁନଃପରୀକ୍ଷା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

Advertisment

ସମସ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସମସ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ମେ ୩ ତାରିଖରେ ଅନୁସୂଚୀତ ଜାତି/ଜନଜାତି ରାୟର ସମୀକ୍ଷା ପାଇଁ ଆଗତ ଆବେଦନର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ବିଷୟ ନେଇ ପୁନଃପରୀକ୍ଷା ଏପ୍ରିଲ ୨୫ ତାରିଖରେ ହେବ ବୋଲି ବୋର୍ଡ ଘୋଷଣା କରିସାରିଥିବାବେଳେ ବୋର୍ଡର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ହୋଇଥିବା ୫ଟି ଆବେଦନକୁ ଆଜି କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଜଷ୍ଟିସ ଏସ ଏ ବବ୍‌ଡେ ଏବଂ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ପୁନଃପରୀକ୍ଷା ହେବ କି ନାହିଁ ସେନେଇ ସିବିଏସଇ ନିଷ୍ପତ୍ତି ନେବ ଏବଂ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍‌ କରିହେବନି। ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୨୮ ତାରିଖରେ ସିବିଏସ୍‌ଇ ବୋର୍ଡ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ଏବଂ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ପୁନଃପରୀକ୍ଷା ହେବ ବୋଲି ଘୋଷଣା କରିବାପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକ ପିଟିସନ୍‌ ଦାଏର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe