ଚମୋଲୀ ହିମସ୍ଖଳନ: ୩୨ ଶ୍ରମିକ ଉଦ୍ଧାର, ଆହୁରି ୨୫ ଫସିରହିଛନ୍ତି

ଉତ୍ତରାଖଣ୍ଡର ବଦ୍ରିନାଥ ଓ ମନା ଗାଁ ନିକଟରେ ହିମସ୍ଖଳନରେ ଫସିଥିବା ୫୭ ଜଣ ଶ୍ରମିକଙ୍କ ମଧ୍ୟରୁ ୩୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

chamoli

ଚମୋଲି: ଉତ୍ତରାଖଣ୍ଡର ବଦ୍ରିନାଥ ଓ ମନା ଗାଁ ନିକଟରେ ହିମସ୍ଖଳନରେ ଫସିଥିବା ୫୭ ଜଣ ଶ୍ରମିକଙ୍କ ମଧ୍ୟରୁ ୩୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ସେମାନଙ୍କୁ ମନା ଗାଁ ନିକଟରେ ଥିବା ଆଇଟିବିପି କ୍ୟାମ୍ପକୁ ପଠାଯାଇଛି।

ଚମୋଲି ଜିଲ୍ଲାର ସୀମାନ୍ତ ଗାଁ ମନା ନିକଟରେ ଥିବା ଉଚ୍ଚ ସ୍ଥାନରେ ବରଫ ସଫା କରିବା ବେଳେ ସୀମା ସଡ଼କ ସଂଗଠନ (ବିଆରଓ)ର ଶ୍ରମିକମାନେ ଫସି ଯାଇଥିଲେ। ବଦ୍ରିନାଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ମନା ଭାରତ-ତିବ୍ଦତ ସୀମାର ଶେଷ ଗାଁ, ଯାହା ୩୨୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଖରାପ ପାଗ ଯୋଗୁଁ ଏବେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି।
ଚମୋଲି ର ଜିଲ୍ଲା ମାଜିଷ୍ଟ୍ରେଟ ସନ୍ଦୀପ ତିୱାରୀ କହିଛନ୍ତି ଯେ ବରଫରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ରେ ଅନେକ ଟିମ୍ ନିୟୋଜିତ ଅଛନ୍ତି, କିନ୍ତୁ ଏହି ଅଞ୍ଚଳରେ ପାଗ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ର ଖବର ମିଳିନାହିଁ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ବରଫରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ଓ ସମଗ୍ର ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe