ଚମୋଲି ହିମସ୍ଖଳନ : ଏପର୍ଯ୍ୟନ୍ତ ୪୬ ଶ୍ରମିକ ଉଦ୍ଧାର, ୪ ଶ୍ରମିକଙ୍କ ମୃତ୍ୟୁ, ୫ ନିଖୋଜ

ଭାରତ-ଚୀନ ସୀମାରେ ଅବସ୍ଥିତ ଉତ୍ତରାଖଣ୍ଡର ଚମୋଲିର ସୀମାନ୍ତ ଜିଲ୍ଲା ଚାମୋଲିରେ ଶୁକ୍ରବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଏବେ ବି ନିଖୋଜ ଅଛନ୍ତି ।

tt

ଚମୋଲି : ଭାରତ-ଚୀନ ସୀମାରେ ଅବସ୍ଥିତ ଉତ୍ତରାଖଣ୍ଡର ଚମୋଲିର ସୀମାନ୍ତ ଜିଲ୍ଲା ଚାମୋଲିରେ ଶୁକ୍ରବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଏବେ ବି ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ୪୬ ଶ୍ରମିକଙ୍କ ମଧ୍ୟରୁ ୨୬ ଜଣ ଶ୍ରମିକ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଆଉ ୨୦ ଜଣ ଆଇଟିବିପି କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି । 

ହିମସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୌଚର ଏୟାରଷ୍ଟ୍ରିପ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଟିମ୍ ସେଠାରେ ନିୟୋଜିତ ହୋଇଛନ୍ତି।

ହିମସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୌଚର ଏୟାରଷ୍ଟ୍ରିପ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଟିମ୍ ସେଠାରେ ନିୟୋଜିତ ହୋଇଛନ୍ତି। ଏସଡିଏମ ସନ୍ତୋଷ କୁମାର ପାଣ୍ଡେ ବ୍ୟକ୍ତିଗତ ଭାବେ ରିଲିଫ କାର୍ଯ୍ୟତଦାରଖ କରୁଛନ୍ତି ।
ଭାରତୀୟ ସେନା, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ) ଏବଂ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଟିମ୍ ଲଗାତାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖରାପ ପାଗ ଏବଂ ଚମୋଲି ଜିଲ୍ଲାରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ଥିବାରୁ ଉଦ୍ଧାର କାର୍ଯ୍ୟରେ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ପ୍ରତିକୂଳ ପାଗ ସତ୍ତ୍ୱେ ଯବାନମାନେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe