ଚାମୋଲି ହିମସ୍ଖଳନ ଘଟଣା: ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

dhami.

ଚାମୋଲି: ଭୟଙ୍କର ହିମସ୍ଖଳନ ଘଟଣା । ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ହେଲିକପ୍ଟର ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାନା ଗାଁର ସେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଦେଖିଛନ୍ତି । ତା ସହ ମୁଖ୍ୟମନ୍ତ୍ରୀ ଯୋଶୀମଠ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ।

ତେବେ ଗତକାଲି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ହିମସ୍ଖଳନ ହୋଇଥିଲା । ଉଚ୍ଚ ସୀମାନ୍ତ ଗ୍ରାମ ମାନା ନିକଟରେ ପ୍ରବଳ ହିମସ୍ଖଳନ ଯୋଗୁ ଭୟାନକ ସ୍ଥିତି ଉପୁଜିଛି । ବିଆରଓର ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ଫସି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୮ ଜଣ ଏବେବି ବରଫ ତଳେ ଫସି ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe