ଚାମୋଲି ହିମସ୍ଖଳନ: ୧୩୫ ନିଖୋଜ ବ୍ୟକ୍ତିଙ୍କୁ ‘ମୃତ’ ଘୋଷଣା କଲେ ସରକାର

Advertisment
ଚାମୋଲି ହିମସ୍ଖଳନ: ୧୩୫ ନିଖୋଜ ବ୍ୟକ୍ତିଙ୍କୁ ‘ମୃତ’ ଘୋଷଣା କଲେ ସରକାର

News Nation

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନର ସମ୍ମୁଖୀନ ହୋଇ ଅଦ୍ୟାବଧି ନିଖୋଜ ଥିବା ୧୩୫ ଜଣ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମୃତ ଘୋଷଣା କରାଯାଇଛି। ଆଉ ଏହି ‘ମୃତ ଘୋଷିତ’ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉଦ୍ଦେଶ୍ୟରେ ସରକାର ନିଖୋଜ ବ୍ୟକ୍ତିମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଉତ୍ତରାଖଣ୍ଡ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଫେବ୍ରୁଆରି ୭ ତାରିଖରେ ଘଟିଥିବା ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ଲୋକଙ୍କୁ ମୃତ ବୋଲି ଘୋଷଣା କରିବାକୁ ଆଜି (ମଙ୍ଗଳବାର) ନିଷ୍ପତ୍ତି ନେଇଛି। ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ପ୍ରାରମ୍ଭିକ ୨୦୪ ଜଣଙ୍କ ମଧ୍ୟରୁ ସନ୍ଧାନ ଓ ଉଦ୍ଧାର କର୍ମଚାରୀ ୬୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୧୩୫ ଜଣ ଅଦ୍ୟାବଧି ନିଖୋଜ ଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ନେଗିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯାଇଛି ଯେ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ ଅନୁଯାୟୀ ନିଖୋଜ ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ର ସେମାନଙ୍କ ପରିବାର କିମ୍ବା ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ। ବିଜ୍ଞପ୍ତିରେ ଦର୍ଶାଯାଇଛି, ସାଧାରଣ ପରିସ୍ଥିତିରେ, ଯେଉଁଠାରେ ବ୍ୟକ୍ତି ଜନ୍ମ କିମ୍ବା ମୃତ୍ୟୁବରଣ କରନ୍ତି ସେହି ସ୍ଥାନରେ ତାଙ୍କର ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। କିନ୍ତୁ ଚାମୋଲି ବିପର୍ଯ୍ୟୟ ପରି ବ୍ୟତିକ୍ରମ ପରିସ୍ଥିତିରେ ଯଦି ଜଣେ ନିଖୋଜ ବ୍ୟକ୍ତି ଜୀବିତ ରହିବାର ସମସ୍ତ ସମ୍ଭାବନାଠାରୁ ମୃତ ହୋଇଥିବା ନେଇ ଆଶଙ୍କା ଅଧିକ ଥିବ ଏବଂ ତାଙ୍କ ମୃତଦେହ ମିଳିବ ନାହିଁ, ସେହି କ୍ଷେତ୍ରରେ କର୍ତ୍ତୃପକ୍ଷ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ଦେଇ ତାଙ୍କୁ ମୃତ ଘୋଷଣା କରିପାରିବେ।

ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉଦ୍ଦେଶ୍ୟରେ ସରକାର ନିଖୋଜ ଲୋକଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ପ୍ରଥମ ବର୍ଗରେ ସାଇଟ୍‌ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ଅଛନ୍ତି। ଯେଉଁମାନେ ସାଇଟରୁ ନିଖୋଜ ହୋଇଯାଇଥିଲେ। ଦ୍ୱିତୀୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଯେଉଁମାନେ ଏହି ସାଇଟରେ ଉପସ୍ଥିତ ଥିଲେ। ତୃତୀୟ ଶ୍ରେଣୀରେ ପର୍ଯ୍ୟଟକ କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ଲୋକ ଅଛନ୍ତି ଯେଉଁମାନେ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହା ନିଖୋଜଙ୍କ ପରିବାର ପାଇଁ କ୍ଷତିପୂରଣ ସମାଧାନ କରିବାରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe