ଚମ୍ପାଇ ସୋରେନ ଦିଲ୍ଲୀରେ: ‘ମୋତେ ଦଳରେ ଅପମାନିତ କରାଯାଇଛି’

Advertisment

ସବୁ ବିକଳ୍ପ ଖୋଲା ଅଛି

ସବୁ ବିକଳ୍ପ ଖୋଲା ଅଛି

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ଝଡ଼: ବୁଝାମଣା ପାଇଁ ଜେଏମ୍‌ଏମ୍‌ର ପ୍ରୟାସ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ଦିଲ୍ଲୀରେ ପହଞ୍ଚି ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସଂପର୍କରେ ଆଭିମୁଖ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦଳରେ ଘୋର ଅପମାନିତ କରାଯାଇଛି ଏବଂ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇପାରେ କିମ୍ବା କୌଣସି ନୂଆ ଦଳ ଗଠନ କରିପାରେ ବୋଲି ସେ କହିଛନ୍ତି। ଏହା ସହିତ ଅନ୍ୟ କୌଣସି ଦଳରେ ସାମିଲ ହେବାପାଇଁ ମଧ୍ୟ ସେ ବିକଳ୍ପ ଖୋଲା ରଖିଛନ୍ତି ବୋଲି ଚମ୍ପାଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ, ଚମ୍ପାଇ ଆଜି ଦିଲ୍ଲୀ ଆସିବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଚମ୍ପାଇ ସୋରେନଙ୍କ ସହିତ ୫ ଜଣ ବିଧାୟକ ମଧ୍ୟ ଦିଲ୍ଲୀ ଆସିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହେମନ୍ତ ସୋରୋନ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଇସ୍ତଫା ଦେବାରୁ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୨୦୨୪ ଫେବ୍ରୁଆରି ୨ ତାରିଖରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତ ସୋରେନ ଜାମିନରେ ମୁକୁଳିବା ପରେ ଚମ୍ପାଇଙ୍କୁ ତୁରନ୍ତ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ଦିଲ୍ଲୀରେ ଥିବା ଚମ୍ପାଇ ଖୁବ୍‌ଶୀଘ୍ର ବିଜେପି ନେତାଙ୍କ ସହ ବୈଠକ କରିବେ ଏବଂ ସେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି। ଚମ୍ପାଇଙ୍କ ସହ ଆସିଥିବା ୫ ବିଧାୟକ ହେଲେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଓ ସମୀର ମହାନ୍ତି। ଚମ୍ପାଇ ଏବଂ ତାଙ୍କ ଅନୁଗତମାନଙ୍କ ଏଭଳି ପଦକ୍ଷେପ ଜେଏମ୍‌ଏମ୍‌ର ଅଡ଼ୁଆ ବଢ଼ାଇ ଦେଇଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ଖୁବ୍‌ଶୀଘ୍ର ବଡ଼ ହଟଚମଟ ହେବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe