୫୪,୦୦୦ ଭୋଟ୍‌ରେ ଚମ୍ପାୱତ୍ ଉପନିର୍ବାଚନ ଜିିଣିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଧାମୀ

Advertisment
୫୪,୦୦୦ ଭୋଟ୍‌ରେ ଚମ୍ପାୱତ୍ ଉପନିର୍ବାଚନ ଜିିଣିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଧାମୀ

ନୂଆଦିଲ୍ଲୀ: ଚମ୍ପାୱତ୍‌ ଉପନିର୍ବାଚନରେ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟ୍‌ରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି।

ଆଜି ସକାଳୁ ଆରମ୍ଭ ହୋଇଥିବା ଚମ୍ପାୱତ୍‌ ଉପନିର୍ବାଚନର ଭୋଟ୍‌ ଗଣନାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଗୁଆ ଥିଲେ। ସକାଳ ୯.୩୦ ସୁଦ୍ଧା ବିଜେପି ପ୍ରାର୍ଥୀ ଧାମୀ ୨୫,୦୦୦ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥିନୀ ନିର୍ମଳା ଗାଠୋରି ୧,୩୦୦ରୁ କମ୍‌ ଭୋଟ୍‌ ପାଇଥିଲେ। ସେହିପରି ସମାଜବାଦୀ ପାର୍ଟିର ମନୋଜ କୁମାର ଭଟ୍ଟ ଏବଂ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଗାର୍କୋତି ପ୍ରତ୍ୟେକ ୩୦୦ରୁ କମ୍‌ ଭୋଟ୍‌ ପାଇଥିଲେ।

publive-image Image Courtesy of The Hindu

ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଧାମୀଙ୍କୁ ଏହି ଆସନରୁ ଜିଣିବାକୁ ପଡ଼ିବ। ଗତ ଫେବ୍ରୁଆରି-ମାର୍ଚ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ବଜାୟ ରଖିଥିଲେ ସୁଦ୍ଧା ଖାତିମା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଧାମୀ କଂଗ୍ରେସ ପ୍ରାର୍ଥୀଙ୍କ ନିକଟରେ ପରାସ୍ତ ହୋଇଥିଲେ। କିନ୍ତୁ, କ୍ଷମତାସୀନ ବିଜେପି ଗତ ମାର୍ଚ ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ସେତେବେଳେ ସେ କଂଗ୍ରେସ ପ୍ରାର୍ଥୀ ଭୁବନଚନ୍ଦ୍ର କାପ୍ରିଙ୍କଠାରୁ ୬,୫୭୯ ଭୋଟ୍‌ରେ ପରାସ୍ତ ହୋଇଥିଲେ।

ଗତ ବିଧାନସଭା ନିର୍ବାଚନରେ ନିର୍ବାଚନ ଜିଣିଥିବା ବିଜେପି ପ୍ରାର୍ଥୀ କୈଳାସଚନ୍ଦ୍ର ଗେଠୋରି ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ନିଜ ଆସନରୁ ଇସ୍ତଫା ଦେଇଥିଲେ। ମେ ୩୧ ତାରିଖ ଦିନ ଏହି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe