ଦୃଢ଼ ଇଚ୍ଛାଶକ୍ତି ଦେଲା ସଫଳତା, ଟପ୍ପର ହେଲେ ଏସିଡ୍ ମାଡରେ ଆଖି ହରାଇଥିବା ଦ୍ବାଦଶ ଛାତ୍ରୀ

Advertisment
vgjhh

ଚଣ୍ଡିଗଡ଼: ଆଖି ଆଗରେ ଅନ୍ଧାର ଥିଲେ ବି ଭବିଷ୍ୟତକୁ ଉଜ୍ବଳ କରିବାରେ ସଫଳ ହେଲେ ଛାତ୍ରୀ। ପ୍ରଶଂସା ସାଉଁଟିଲେ ଏସିଡ୍ ମାଡ଼ ପରେ ଦୃଷ୍ଟିଶକ୍ତି ହରାଇବସିଥିବା ଛାତ୍ରୀ କାଫି। ଚଣ୍ଡିଗଡ଼ ସେକ୍ଟର ୨୬ରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟର ୧୭ ବର୍ଷୀୟା ଛାତ୍ରୀ କାଫି ତାଙ୍କ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୫.୬% ମାର୍କ ରଖି ତାଙ୍କ ସ୍କୁଲରେ ଟପ୍ପର ହୋଇଛନ୍ତି। ଏହା ତାଙ୍କ ପାଇଁ ସହଜ ନଥିଲା ସତ। ହେଲେ ସେ ହାର୍ ମାନି ନଥିଲେ। କଠିନ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତିର ବଳରେ ସେ ଆଜି ଟପ୍ପର ‌ହୋଇପାରିଛନ୍ତି।

ତିନି ବର୍ଷ ବୟସରେ ଏସିଡ୍ ଆକ୍ରମଣ ସତ୍ତ୍ୱେ ଶାରୀରିକ ଏବଂ ମାନସିକ କଷ୍ଟ ସହ୍ୟ କରି ପାଠପଢ଼ାରେ ମନ ଲଗାଇଥିଲେ କାଫି।ଏସିଡ୍ ଆକ୍ରମଣ ଯୋଗୁଁ ସେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ। କିନ୍ତୁ ଏହା ସତ୍ତ୍ୱେ, ସେ ହାର ମାନି ନଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସେ ଆଜି କେବଳ ନିଜକୁ ପ୍ରମାଣିତ କରିନାହାନ୍ତି ବରଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ପାଲଟିଛନ୍ତି।

କାଫି ପୂର୍ବରୁ ମଧ୍ୟ ତାଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୨% ମାର୍କ ରଖି ନିଜର କଠିନ ପରିଶ୍ରମର ପ୍ରମାଣ ଦେଇଥିଲେ। ଅଡିଓବୁକ୍ ସାହାଯ୍ୟରେ ପଢ଼ୁଥିବା କାଫି ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କର ସ୍ୱପ୍ନ ହେଉଛି ଭାରତୀୟ ପ୍ରଶାସନିକ ସେବା (ଆଏଏସ୍)ରେ ମନୋନୀତ ହୋଇ ସମାଜର ସେବା କରିବା।

କାଫିଙ୍କ ଶିକ୍ଷା ଯାତ୍ରା ତାଙ୍କ ଗାଁରୁ ଆରମ୍ଭ ହୋଇଥିଲା ଏବଂ ତା’ପରେ ସେ ଚଣ୍ଡିଗଡ଼ର ଦୃଷ୍ଟିହୀନ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ଏହା ପରେ ତାଙ୍କ ଶିକ୍ଷା ଏକ ନୂତନ ମୋଡ଼ ନେଇଥିଲା।ଏହିଠାରୁ ତାଙ୍କ ଜୀବନର ମୋଡ଼ ବଦଳିଗଲା ଏବଂ ସେ ତାଙ୍କ କଠିନ ପରିଶ୍ରମ ଯୋଗୁଁ କ୍ରମାଗତ ଭାବରେ ତାଙ୍କ ଶ୍ରେଣୀରେ ଟପ୍ପର ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe