ସର୍ବସାଧାରଣ ପାର୍କରେ ପରିସ୍ରା କରି ସବ୍‌-ଇନ୍‌ସ୍‌ପେକ୍ଟର୍‌ରୁ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେଲେ ଚଣ୍ଡିଗଡ଼ ପୁଲିସ

Advertisment
ସର୍ବସାଧାରଣ ପାର୍କରେ ପରିସ୍ରା କରି ସବ୍‌-ଇନ୍‌ସ୍‌ପେକ୍ଟର୍‌ରୁ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେଲେ ଚଣ୍ଡିଗଡ଼ ପୁଲିସ

Image Source: India Today

ଚଣ୍ଡିଗଡ଼: ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗୋଟାଏ ପାର୍କରେ ପରିସ୍ରା କରିବା କାରଣରୁ ଚଣ୍ଡିଗଡ଼ର ଜଣେ ପୁଲିସଙ୍କୁ ସବ୍‌-ଇନ୍‌ସ୍‌ପେକ୍ଟର୍‌ରୁ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ କରାଯାଇଛି।

ସେକ୍ଟର୍‌-୪୧ ମାର୍କେଟ୍‌ରେ ଥିବା ଉକ୍ତ ପାର୍କରେ ହରପରମଜିତ ସିଂହ ନାମକ ସେ ପୁଲିସ ଜଣକ ପରିସ୍ରା କରୁଥିବା ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଯାଇଥିଲା।

୩୩ ସେକେଣ୍ଡର ଏହି ଭିଡିଓରେ ସେ ଦିନ ଦି’ପହରେ ନିର୍ଲଜ ଓ ନିର୍ଭୟ ହୋଇ ଲୋକମାନଙ୍କ ଆଡ଼କୁ ମୁହଁ କରି ପରିସ୍ରା କରୁଥିବା ଦେଖାଯାଉଛି। ତାଙ୍କ ଚାରିପଟେ ଥିବା ବ୍ୟକ୍ତିମାନେ ଏହି ଦୃଶ୍ୟକୁ ସେମାନଙ୍କ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରି ପକାଇଥିଲେ।

ଲୋକେ ଭିଡିଓ ଉଠାଉ ଥିବା ଦେଖି ମଧ୍ୟ ଅଭିଯୁକ୍ତ ପୁଲିସ ନିର୍ଲଜ ଭଳି ପରିସ୍ରା କରି ଚାଲିଥିଲେ।

ମାଲୋୟ ଥାନାରେ ତାଙ୍କର ନିଯୁକ୍ତି ହୋଇଥିବାରୁ ସେକ୍ଟର୍‌-୩୯ ଥାନାରେ ହରପରମଜିତ ସିଂହଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପଦୋବନତି କରାଯାଇ ତାଙ୍କୁ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe