ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାହୁଲ ବୋଷ ନିକଟରେ ଫାଇଭ ଷ୍ଟାର ହୋଟେଲରେ ପରସା ଯାଇଥିବା ୪୪୨ ଟଙ୍କାର ଦୁଇଟି କଦଳୀ ବିଲ୍ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ରାହୁଲଙ୍କ ଏହି ଭିଡିଓ ପରେ ସୋସିଆଲ ମିଡିଆ ହୋଟେଲ୍କୁ ନେଇ ମଜାକ୍ବି ଉଡା ଯାଇଥିଲା। ଏହି ମାମଲାକୁ ଗମ୍ଭୀରତା ସହ ନେଇ ଚଣ୍ଡୀଗଡ଼ ଡେପୁଟି କମିଶନର, ଏକ୍ସାଇଜ-ଟେକସେନ୍ କମିଶନର ସନ୍ଦୀପ ସିଂହ ବରାର ହୋଟେଲ J W Marriott ବିରୋଧରେ ଉଚ୍ଚସ୍ତରୀୟ ଯାଞ୍ଚ ଆଦେଶ ଦେଇଛନ୍ତି।
ସନ୍ଦୀପ ସିଂହ ବରାରଙ୍କ କହିବାନୁସାରେ, ରାହୁଲ ବୋଷ ଟୁଇଟରରେ ଯେଉଁ ବିଲ୍ ପୋଷ୍ଟ କରିଥିଲେ ତାହାକୁ ଆଧାର କରି ଯାଞ୍ଚ ଆଦେଶ ଦିଆଯାଇଛି। ଆସିଷ୍ଟାଣ୍ଟ ଏକ୍ସାଇଜ-ଟେକସେନ୍ କମିଶନର ରାଜୀବ ଚୌଧୁରୀଙ୍କୁ ଏହି ମାମଲା ନେଇ ପୂରା ଯାଞ୍ଚ କରିବାର ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ ତାଜା ଫଳ ଉପରେ ଜିଏସ୍ଟି କିପରି ଲଗାଇଲେ? ଯଦି ହୋଟେଲକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲା ତେବେ ଏନେଇ ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
Follow Us