ଭରଣପୋଷଣ ବାବଦରେ ପୂର୍ବତନ ପତ୍ନୀଙ୍କୁ ୨୪, ୬୦୦ ଟଙ୍କାର ‘କଏନ୍‌’ ଦେଲେ ଚଣ୍ଡିଗଡ଼ ଓକିଲ

Advertisment
ଭରଣପୋଷଣ ବାବଦରେ ପୂର୍ବତନ ପତ୍ନୀଙ୍କୁ ୨୪, ୬୦୦ ଟଙ୍କାର ‘କଏନ୍‌’ ଦେଲେ ଚଣ୍ଡିଗଡ଼ ଓକିଲ

ଚଣ୍ଡିଗଡ଼: ୨୪, ୬୦୦ ଟଙ୍କା ଗଣି ନ ହେବାରୁ ମଙ୍ଗଳବାର ଦିନ ଏକ ଭରଣପୋଷଣ ମାମଲାକୁ ଜୁଲାଇ ୨୭ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ସମୁଦାୟ ଅର୍ଥରାଶି ଥିଲା କେବଳ ୧ଟଙ୍କିଆ ଓ ୨ ଟଙ୍କିଆ ମୁଦ୍ରା ବା କଏନ୍‌।

ଜଣେ ବଞ୍ଜାବ ଓ ହରିୟାଣା ହାଇକୋର୍ଟର ଓକିଲ ତାଙ୍କ ପୂର୍ବତନ ପତ୍ନୀଙ୍କ ମାସିକ ଭରଣପୋଷଣ ଖର୍ଚ୍ଚ ବାବଦକୁ ଗୋଟାଏ ବ୍ୟାଗ୍‌ ଭର୍ତ୍ତି ମୁଦ୍ରା ଥଳି ଦେବାରୁ ଡିଷ୍ଟ୍ରିକ୍ଟ କୋର୍ଟରେ ଏ ଭଳି ଫାର୍ସ ଦେଖିବାକୁ ମିଳିଥିଲା। ମହିଳାଜଣକ ଭୀଷଣ ଚିଡ଼ି ଯାଇ କହିଲେ: ମୋତେ ନିର୍ଯାତନା ଦେଇ ହଇରାଣ କରିବାର ଏଇ ଗୋଟାଏ ନୂଆ ଉପାୟ। ଏଇଟା ଆଇନ୍‌କୁ ଉପହାସ କରିବା।

ଉଭୟ ୨୦୧୫ରେ ଛାଡ଼ପତ୍ର ଆବେଦନ ଫାଇଲ କରିଥିଲେ। ଭରଣପୋଷଣ ବାବଦରେ ପତ୍ନୀଙ୍କୁ ମାସିକ ୨୫ ହଜାର ଟଙ୍କା ଦେବା ପାଇଁ ଅଦାଲତ ସ୍ୱାମୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ, ସେ ନ ଦେବାରୁ ପତ୍ନୀ ହାଇକୋର୍ଟକୁ ଯାଇଥିଲେ। ଗତ ଦୁଇ ମାସ ହେବ ଅର୍ଥ ଦେଇ ନ ଥିବାରୁ ୫୦ ହଜାର ଟଙ୍କା ଦେବାକୁ ସ୍ୱାମୀଙ୍କୁ ନିର୍ଦେଶ ଦିଆଯାଇଥିଲା।

ପାଖରେ ଅର୍ଥ ନାହିଁ ବୋଲି ପୂର୍ବତନ ସ୍ୱାମୀ ବାଢୁଥିବା ଯୁକ୍ତିକୁ ମହିଳାଜଣକ ଅସ୍ୱୀକାର କରିଥିଲେ। ସେ କହିଥିଲେ କି ଓକିଲ ବ୍ୟବସାୟ ଚଳାଉଥିବାରୁ ତାଙ୍କ ପାଖରେ ବଡ଼ ବଡ଼ ମୁଦାଲା ଅଛନ୍ତି। ତାଙ୍କ ନାମରେ ଗୁଡ଼ାଏ ସମ୍ପତ୍ତିବାଡ଼ି ଅଛି ବୋଲି ସେ କହିଥିଲେ।

ମୋର ଟଙ୍କା ଜରୁରୀ ଦରକାର। ଅନେକ ବାର ଶୁଣାଣି ସ୍ଥଗିତ ରହିବା ପରେ ସେ ମୋତେ ଅର୍ଥ ଦେଉଛନ୍ତି ତାହା ପୁଣି ମୁଦ୍ରା ଆକାରରେ। ମୁଁ ଏଇ ଟଙ୍କା ନେଇ କ’ଣ କରିବି? କୌଣସି ବ୍ୟାଙ୍କ୍‌ ୟାକୁ ନେବେ ନାହିଁ।

ଓକିଲ ସ୍ୱାମୀ ମଧ୍ୟ ଜବାବ ଦେଇ କହିଲେ, ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ରେ ଟଙ୍କା ଦିଆଯିବା କଥା କେଉଁଠି ଉଲ୍ଲେଖ ନାହିଁ। ଟଙ୍କା ଗଣତି କରିବାକୁ ମୁଁ ତିନି ଜଣ ଜୁନିୟର୍‌ଙ୍କୁ ଦେଇଛି।

ବାକି ୪୦୦ ଟଙ୍କାର ସେ ୧୦୦ ଟଙ୍କିଆ ନୋଟ୍‌ ଦେଇଛନ୍ତି।

ଶେଷରେ ଟଙ୍କା ଗଣତି କରିବାକୁ ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍‌ ଜଜ୍‌ ରଜନିଷ୍କ କେ ଶର୍ମା ମାମଲା ବନ୍ଦ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe