ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ଅଶ୍ଲୀଳ ଭିଡିଓ ଲିକ୍ ମାମଲା: ୭ଦିନିଆ ପୁଲିସ ରିମାଣ୍ଡରେ ଗଲେ ୩ଅଭିଯୁକ୍ତ

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ଅଶ୍ଲୀଳ ଭିଡିଓ ଲିକ୍ ମାମଲା: ୭ଦିନିଆ ପୁଲିସ ରିମାଣ୍ଡରେ ଗଲେ ୩ଅଭିଯୁକ୍ତ

livehindustan

ଚଣ୍ଡୀଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ‌ହଷ୍ଟେଲରେ ରହୁଥିବା କିିଛି ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଲିକ୍ ମାମଲାରେ ବ୍ଲାକମେଲିଂ କରାଯାଉଥିବା କଥା ସାମ୍ନାକୁ ଆସିଛି। ସୋମବାର ଅଭିଯୁକ୍ତ ଯୁବତୀଙ୍କ ଓକିଲ ସନ୍ଦୀପ ଶର୍ମା ଏହା କହିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ଯୁବତୀଙ୍କୁ ଜଣେ ଯୁବକ ବ୍ଲାକମେଲ କରୁଥିଲେ। ତେବେ ଅଶ୍ଲୀଳ ଭିଡିଓ ଲିକ୍ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ମୋହାଲିର ଖରାର କୋର୍ଟରେ ହାଜର କରାଯାଇଥିଲା। ପରେ ଏହି ମାମଲାରେ ଗିରଫ ହୋଇଥିବା ଯୁବତୀ ଏବଂ ଅନ୍ୟ ଦୁଇ ଯୁବକଙ୍କୁ ୭ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଫୋରେନସିକ୍ ଯାଞ୍ଚ ପାଇଁ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ପଠାଯାଇଥିବା ବେଳେ ଏହି ମୋବାଇଲରୁ ମୋଟ ଦୁଇଟି ଭିଡିଓ ମିଳିଥିବା କୁହାଯାଉଛି। ଦୁଇଟି ଭିଡିଓ ମଧ୍ୟରୁ ଜଣେ ଅଭିଯୁକ୍ତ ଯୁବତୀର ହୋଇଥିବା ବେଳେ ଅନ୍ୟଟି ଆଉ ଜଣେ ଯୁବତୀର ବୋଲି ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଅଭିଯୁକ୍ତ ଯୁବତୀକୁ ପ୍ରଥମେ ଗିରଫ କରାଯାଇଥିଲା। ଏହା ପରେ ଯୁବତୀର ପ୍ରେମିକା ସନ୍ନି ମେହେତାଙ୍କୁ ଶିମଲା ପୁଲିସ ଗିରଫ କରିଥିଲା। ଏଥି ସହ ରବିବାର ବିଳମ୍ବିତ ରାତିରେ ଶିମଲାର ଢ଼ଲି ପୁଲିସ ଷ୍ଟେସନ ଅଞ୍ଚଳରୁ ଏହି ମାମଲାର ତୃତୀୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତୃତୀୟ ବ୍ୟକ୍ତିଜଣକ ୩୧ବର୍ଷ ବୟସ୍କ ଯୁବକ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳର ‘ଗାର୍ଲସ୍‌ ହଷ୍ଟେଲ୍‌’ ଭିଡିଓ ଲିକ୍‌ ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଆଜି ୩ଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଭେସନ୍‌ ଟିମ୍‌’ (ଏସ୍‌ଆଇଟି) ଗଠନ କରିବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe