ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା; ପୁଲିସ କର୍ମଚାରୀଙ୍କ ଶରୀରରୁ ଅଲଗା ହୋଇଗଲା ହାତ ଓ ଗୋଡ଼

Advertisment

ଚଣ୍ଡିଗଡ଼-ଜିରକପୁର ପ୍ରବେଶ ପଥରେ ଏକ ଦ୍ରୁତଗାମୀ କାର ଚେକ୍ ପୋଷ୍ଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଚାପି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଚଣ୍ଡିଗଡ଼-ଜିରକପୁର ପ୍ରବେଶ ପଥରେ ଏକ ଦ୍ରୁତଗାମୀ କାର ଚେକ୍ ପୋଷ୍ଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଚାପି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଥଇଈଣଥଇ

ନୂଆଦିଲ୍ଲୀ: ହୋଲିରେ ଚଣ୍ଡିଗଡ଼ରୁ ଏକ ଦୁଃଖଦ ଖବର ଆସିଛି। ଚଣ୍ଡିଗଡ଼-ଜିରକପୁର ପ୍ରବେଶ ପଥରେ ଏକ ଦ୍ରୁତଗାମୀ କାର ଚେକ୍ ପୋଷ୍ଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଚାପି ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଚଣ୍ଡିଗଡ଼ ପୁଲିସ କନଷ୍ଟେବଳ ସୁଖଦର୍ଶନ, ହୋମଗାର୍ଡ ରାଜେଶ ଥିବା ଜଣାରପଡ଼ିଛି। 
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚଣ୍ଡିଗଡ଼ ଏସଏସପି କନୱରଦୀପ କୌର ଘଟଣାସ୍ଥଳରେ ପହଞ୍ଚି ଘଟଣା ଯାଞ୍ଚ  କରିଥିଲେ। ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତ କାର ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକଙ୍କ ବିରୋଧରେ ସେକ୍ଟର ୩୧ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।

ଦୁର୍ଘଟଣା ପରେ ସୂଚନା ଦେଇ ପୁଲିସ କହିଛି ଯେ ଚଣ୍ଡିଗଡ଼ ଜିରକପୁର ପୁଲିସ ଚେକପୋଷ୍ଟରେ କନଷ୍ଟେବଳ ଏବଂ ହୋମଗାର୍ଡମାନେ ଛିଡ଼ା ହୋଇ ଗାଡି ଯାଞ୍ଚ କରୁଥିଲେ। ଏହି ସମୟରେ ହଠାତ୍ ପଛରୁ ଏକ ଦ୍ରୁତଗାମୀ କାର ଆସି ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଲା।

 ଧକ୍କା ପରେ ତିନିଜଣ ପୁଲିସ କର୍ମଚାରୀ ଛିଟିକି ପଡ଼ି କଣ୍ଟା ତାରରେ ଫସି ଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୁଲିସକର୍ମୀଙ୍କ ହାତ ଏବଂ ଗୋଡ ଶରୀରରୁ ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରୁ ତିନିଜଣ ମୃତକଙ୍କୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇ ଦେବା ସହିତ ସେମାନଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe