Sambad English
ଚଣ୍ଡୀଗଡ଼ : ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶର ଆଜାଦୀ କା ଅମୃତ ମହୋତ୍ସବ ଦେଶବାସୀଙ୍କ ମନରେ ଦେଶପ୍ରେମ ଭରିଦେଇଛି। ଗତମାସଠାରୁ ପ୍ରଧାନମନ୍ତ୍ରୀଙ୍କ ‘ହର୍ ଘର ତିରଙ୍ଗା’ ଅଭିଯାନ ଚାଲିଥିବା ବେଳେ ଶନିବାର ଦିନ ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟରେ ଏକ ନିଆରା ପ୍ରୟାସ ବିଶ୍ଵ ରେକର୍ଡ ସୃଷ୍ଟି କରିଛି। ବିଶ୍ଵବିଦ୍ୟାଳୟର ମୋଟ ୫,୮୮୫ ଛାତ୍ରଛାତ୍ରୀମାନେ ଏକ ମାନବ ଶୃଙ୍ଖଳ ଜରିଆରେ ଜାତୀୟ ପତକା ଆକୃତି ଗଠନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ମଧ୍ୟ ଉପସ୍ଥିତ ଥିଲେ। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଏବଂ ଏନ୍ଆଇଡି ଫାଉଣ୍ଡେସନ ପ୍ରୟାସରେ ଏହା ସଫଳତା ହାସଲ କରିଛି।
Follow Us