୧୫୦ଟି ଦମକଳ ଗାଡି ମୁତୟନ ହେବା ସତ୍ତ୍ବେ ବି ୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

Advertisment
୧୫୦ଟି ଦମକଳ ଗାଡି ମୁତୟନ ହେବା ସତ୍ତ୍ବେ ବି ୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲାଗିବା ହେତୁ ଧୁଆଁ ଚାରିଆଡେ ଭରି ଯାଇଛି। ନିଆଁ ଲାଗିବା ପର ଠାରୁ ଏହାକୁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଛି। ଏହା ସତ୍ତ୍ବେ ବି ନିଆଁ ଏଯାଏଁ ଆୟତ୍ତକୁ ଆସି ପାରି ନାହିଁ।

ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନିଗୁଡ଼ିକୁ ଭାଗିରଥୀ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି। ସେମାନଙ୍କ କହିବାନୁସାରେ, ଦୁଃଖର ବିଷୟ କି ଏହି ଅଗ୍ନିକାଣ୍ଡ ହେତୁ ପାଖାପାଖି ୨୫୦ରୁ ଅଧିକ ଦୋକାନ ଆଖିପିଛୁଳାକେ ପୋଡି ପାଉଁଶ ହୋଇଯାଇଛି।

ଜଣେ ଅଧିକାରୀଙ୍କ କହିବା ମୁତାବକ, ନଭେମ୍ବର ୨୪ ରାତିରେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନଭେମ୍ବର ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। କିନ୍ତୁ ପୁଣି ଥରେ ନିଆଁ ଉଠି ଚାରିଆଡେ ମାଡ଼ି ଯାଇଥିଲା। ସେଠାରେ ବହୁ ସଂଖ୍ୟାରେ ବୈଦ୍ୟୁତିକ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁନାହିଁ ବୋଲି କୁହାଯାଉଛି। ଏହି ଅଗ୍ନିକାଣ୍ଡ ହେତୁ ଶହଶହ କୋଟି ଟଙ୍କାର ଜିନିଷ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ତେବେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସ ଏସିଆର ସବୁଠାରୁ ବଡ଼ ବୈଦ୍ୟୁତିକ ମାର୍କେଟ ବୋଲି କୁହାଯାଏ। ଚାନ୍ଦନୀଚୌକ ଭାଗିରଥୀ ପ୍ୟାଲେସ ବଜାରର ଆସୋସିଏସନର ସେକ୍ରେଟେରୀ ଗୋପାଳ ସିଙ୍ଗଲା କହିଛନ୍ତି, ଏହି ନିଆଁ ଏକ ଛୋଟ ଦୋକାନରେ ଲାଗିଥିଲେ। ଧୀରେଧୀରେ ନିଆଁ ପାଖରେ ଲାଗିଥିବା ଏକ ଏସି କମ୍ପ୍ରେସର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଏହି କମ୍ପ୍ରେସର ଫାଟିବା ହେତୁ ନିଆଁ ଏପରି ଭାବେ ମାଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe