Advertisment

ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି ସବୁ କାମ, ପୂର୍ବ କାଳରୁ ରହିଛି ବାରଣ

Advertisment
୧୯ ତାରିଖରେ ହେବ ବିଗତ ୫୮୧ ବର୍ଷରେ ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ

India TV

ନୂଆଦିଲ୍ଲୀ: ଆସନ୍ତାକାଲି ଏ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ। ସମୁଦାୟ ୨ ଘଣ୍ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହି ଚନ୍ଦ୍ର ଗ୍ରହଣ ଲାଗି ରହିବ। ତେବେ, ଗ୍ରହଣ ସମୟରେ ଆଗକୁ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ଏହି ସମୟରେ କ’ଣ ସବୁ କରିବା ନାହିଁ। ଯଦିଓ ବୈଜ୍ଞାନିକ ଦୃଷ୍ଟିରୁ ଗ୍ରହଣ ସମୟରେ କୌଣସି ବାରଣ ବିଷୟ ଉଲ୍ଲେଖ ନାହିଁ, ମାତ୍ର ଲୋକ ପରମ୍ପରାରେ ଚନ୍ଦ୍ର ଗ୍ରହଣ ସମୟରେ ନିମ୍ନଲିଖିତ ନିୟମ ପ୍ରଚଳିତ ରହିଆସିଛି।

: ଗ୍ରହଣ ସମୟରେ କୌଣସି ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।

: ଏହି ସମୟରେ କୌଣସି ନୂଆ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

: ଘର ନିର୍ମାଣ କିମ୍ବା ଯାନବାହନ କିଣା ଆଦି କାର୍ଯ୍ୟର ଯୋଜନା ବି କରନ୍ତୁ ନାହିଁ ଏହି ସମୟରେ।

: ପରାଗ କାଳରେ ଛୁଞ୍ଚି, ଛୁରୀ, କଇଁଚି ପରି କୌଣସି ପ୍ରକାରର ଧାରୁଆ ଅସ୍ତ୍ର ବ୍ୟବହାର କରିବାକୁ ବାରଣ କରାଯାଇଛି।

publive-image
aaj tak

: ଏହି ସମୟରେ ପୂଜାପାଠ କରିବାକୁ ବି ବାରଣ ରହିଛି।

: ଗ୍ରହଣ ସମୟରେ ଗଛ ଡାଳ ଭାଙ୍ଗନ୍ତୁ ନାହିଁ କି କୌଣସି ଗଛ ବି ପୋତନ୍ତୁ ନାହିଁ।

: କେଶ ବିନ୍ୟାଶ, ନଖ କଟା କିମ୍ବା ଦାନ୍ତ ଘସିବା ପରି କାର୍ଯ୍ୟ ଏହି ସମୟରେ କରନ୍ତୁ ନାହିଁ।

: ଗର୍ଭବତୀ ମହିଳାମାନେ ଏହି ସମୟରେ ବେଶି ସତର୍କ ରୁହନ୍ତୁ। ଏହି ସମୟରେ ବାହାରକୁ ଆଦୌ ବି ବାହରନ୍ତୁ ନାହିଁ।

: ଗ୍ରହଣ ସମୟରେ ଗର୍ଭବତୀମାନେ କୌଣସି ଧାତୁ ନିର୍ମିତ ଅଳଙ୍କାର ନପିନ୍ଧିଲେ ଭଲ।

: ଗ୍ରହଣ ଛାଡ଼ିବା ପରେ ମଧ୍ୟ ପୂରା କାଲି ଦିନରେ ଆମୀଷ ଭକ୍ଷଣ ନକଲେ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe