ରିଭର୍‌ଫ୍ରଣ୍ଟ୍‌ ଅମରାବତୀ ବଙ୍ଗଳାରୁ ବାହାରି ଯିବାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ୍

Advertisment
ରିଭର୍‌ଫ୍ରଣ୍ଟ୍‌ ଅମରାବତୀ ବଙ୍ଗଳାରୁ ବାହାରି ଯିବାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ୍

Image Courtesy of Hindustan Times

ହାଇଦ୍ରାବାଦ: ନଦୀର ଉପରମୁଣ୍ଡରୁ ଜଳପ୍ରବାହ ପ୍ରବଳ ହେବା କାରଣରୁ ଅମରାବତୀ ଅନ୍ତର୍ଗତ ବୁନ୍ଦାବଲ୍ଲୀରେ ଥିବା ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ କୃଷ୍ଣା ନଦୀସମ୍ମୁଖ ବଙ୍ଗଳା କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ଜଳମଗ୍ନ ହେବାକୁ ଯାଉଛି।

ଫଳରେ, ସୋମବାର ସୁଦ୍ଧା ବଙ୍ଗଳାରୁ ବାହାରି କୌଣସି ଏକ ନିରାପଦ ସ୍ଥାନକୁ ଚାଲିଯିବାକୁ କୃଷ୍ଣା ଜିଲ୍ଲା ପ୍ରଶାସନ ରବିବାର ରାତିରେ ନାଇଡୁଙ୍କୁ ନୋଟିସ୍ ଜାରି କରିଛି। ସୋମବାର ଦିନ ନଈରେ ଅଧିକ ପାଣି ଆସିବାକୁ ଥିବାରୁ ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କ ଫାଟକରେ ଏହି ନୋଟିସ ଲଗାଇଛନ୍ତି।

ରାଜ୍ୟ ରିଲିଫ୍ କମିସନର୍ କନ୍ନ ବାବୁଙ୍କ କହିବା ଅନୁସାରେ, ବିଜୟୱାଡ଼ାର ପ୍ରକାଶମ୍ ବ୍ୟାରେଜ୍‌ରେ ପ୍ରାୟ ଛଅ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପହଞ୍ଚିବା ଆଶା କରାଯାଉଛି। ତେଣୁ ବ୍ୟାରେଜ୍‌ ଠାରୁ ମାତ୍ର ଦୁଇ କିଲୋମିଟର୍ ଦୂର ନଦୀକୂଳରେ ଥିବା ସମସ୍ତ ବାସଭବନ ଜଳମଗ୍ନ ହୋଇଯିବ।

publive-image Image Courtesy of India Today

କିନ୍ତୁ, ନାଇଡୁ ସପରିବାର ଶୁକ୍ରବାର ଦିନ ହାଇଦ୍ରାବାଦ ଚାଲିଯାଇଛନ୍ତି। ପ୍ରଥମରୁ ସେ ବଙ୍ଗଳାଟି ଥିଲା ଖ୍ୟାତନାମା ରିୟଲଇଷ୍ଟେଟ୍ ବ୍ୟବସାୟୀ ଲିଙ୍ଗାମାନେନି ରମେଶଙ୍କ ଦ୍ବାରା ନିର୍ମିତ ଏକ ଅତିଥି ଭବନ। ୨୦୧୫ରେ ସେ ନାଇଡୁଙ୍କୁ ଏହାର ଲିଜ୍ ଦେଇଥିଲେ। ସେବେଠାରୁ ନାଇଡୁ ଏହାକୁ ତାଙ୍କର କାର୍ଯ୍ୟାଳୟ ବଙ୍ଗଳା ଭାବେ ବ୍ୟବହାର କରି ଆସୁଛନ୍ତି।

୨୦୧୯ରେ ନବଗଠିତ ଜଗନମୋହନ ରେଡ୍ଡୀ ସରକାର ଏହି ବଙ୍ଗଳାକୁ ବେଆଇନ୍ ନିର୍ମାଣ ଦର୍ଶାଇ ଭାଙ୍ଗିବା ଲାଗି ରମେଶଙ୍କୁ ନୋଟିସ୍ ଜାରି କରିଥିଲେ। କିନ୍ତୁ, ସେ ହାଇକୋର୍ଟରେ ମାମଲା କରି ରହିତାଦେଶ ଆଣିବାରୁ ତାହା ଭଙ୍ଗାଯାଇ ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe