‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଚନ୍ଦ୍ରବାବୁ ଓ ଜଗନ ମୋହନଙ୍କ ମଧ୍ୟରେ ତୁଟୁନି କଳି

ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ବାକ୍‌ଯୁଦ୍ଧ ବଳବତ୍ତର ରହିଛି। 

www.indiatoday.in

ବିଶାଖାପାଟଣମ୍‌: ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ବାକ୍‌ଯୁଦ୍ଧ ବଳବତ୍ତର ରହିଛି। ପୂର୍ବରୁ ଏହି ପ୍ରସଂଗରେ ଉଭୟ ଭିନ୍ନ ଭିନ୍ନ ମତ ରଖିଥବା ବେଳେ ଏବେ ‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଯୁକ୍ତିତର୍କ ଚାଲିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜଗନ୍ ମୋହନ ରେଡ୍ଡୀ ମିଥ୍ୟ କହିଥିବା ଅଭିଯୋଗ ଆଣିଛନ୍ତି। ଜଗନ ମୋହନ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାର ତିରୁମାଲା ତିରୁପତି ମନ୍ଦିରକୁ ଯିବାକୁ ଅନୁମତି ଦେଉନାହାନ୍ତି। ତେବେ ଏହା ଏକ ମିଥା ପ୍ରଚାର ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

ନାଇଡୁ ରେଡ୍ଡୀଙ୍କ ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ତିରୁପତି ମନ୍ଦିର ଏଥିପାଇଁ ଯାଇପାରିବେ ନାହିଁ; କାରଣ ତାଙ୍କ ଦଳର ନେତା ତଥା କର୍ମୀଙ୍କୁ  ମନ୍ଦିର ନଯିବା ପାଇଁ ପୁଲିସ ଚେତାବନୀ ଦେଇଛି। ଚନ୍ଦ୍ରବାବୁ ନାଇଡୁ ରେଡ୍ଡୀଙ୍କୁ ଆହୁରି ବି କହିଛନ୍ତି, "କେହି ଆପଣଙ୍କୁ ଯିବାକୁ ବାରଣ କରିଛନ୍ତି କି? ଯଦି ଆପଣଙ୍କ ନିକଟରେ ‘ଆସ୍ଥ‌ା ପ୍ରମାଣପତ୍ର’ ଅଛି ତେବେ ଗଣମାଧ୍ୟମକୁ ଦେଖାନ୍ତୁ। ଆପଣ କାହିଁକି ମିଥ୍ୟା ପ୍ରଚାର କରୁଛନ୍ତି?"

ଉଲ୍ଲେଖଯୋଗ୍ୟ, ନିୟମ ଅନୁଯାୟୀ ଯଦି ବିଦେଶୀ ତଥା ଅଣ-ହିନ୍ଦୁମାନେ ପାହାଡ ଶ୍ରୀକ୍ଷେତ୍ରରେ ପ୍ରଧାନ ଦେବତାଙ୍କର ଏକ ଦର୍ଶନ ପାଇବାକୁ ଯାଇଥାନ୍ତି ତ ଏକ ‘ଆସ୍ଥା ପ୍ରମାଣପତ୍ର’ ଲେଖି ଦେବାକୁ ପଡ଼ିଥାଏ। ଯାହାକୁ ରେଡ୍ଡୀଙ୍କ ନିକଟରେ ନାହିଁ ବୋଲି ନାଇଡୁ ଅଭିଯୋଗ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଜୀବନରେ ଲୋକମାନେ ପରମ୍ପରାକୁ ଅନୁସରଣ କରିବା ଉଚିତ ଏବଂ ଯାହା କରିବା ଆବଶ୍ୟକ ତାହା କରିବା ଉଚିତ୍। ପ୍ରଭୁ ଭେଙ୍କଟେଶ୍ୱରଙ୍କ ପ୍ରତି ସମ୍ମାନ ଜଣାଇବା ଉଚିତ୍ ବୋଲି ନାଇଡୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe