ଫୁଲୁଛି କୃଷ୍ଣା ନଦୀ, ନାଇଡ଼ୁଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

Advertisment
ଫୁଲୁଛି କୃଷ୍ଣା ନଦୀ, ନାଇଡ଼ୁଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି ଏବଂ ଅନେକ ଅଞ୍ଚଳ ଜଳମଗ୍ନ ‌ହୋଇଯାଇଛି। କୃଷ୍ଣା ନଦୀ‌ରେ ବନ୍ୟା ଆସିଥିବାରୁ ନଦୀ ଶଯ୍ୟା ନିକଟରେ ନିର୍ମାଣ ହୋଇଥିବା ଅନେକ ଘର ଖାଲି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଅମରାବତୀ ସ୍ଥିତ ତାଙ୍କ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷ୍ଣା ନଦୀରେ ବନ୍ୟା ଆସିଥିବାରୁ ବନ୍ୟା ଜଳ ନାଇଡ଼ୁଙ୍କ ବାସଭବନରେ ପଶିଯିବା ସମ୍ଭାବନା ରହିଛି। ଏଥିପାଇଁ ନାଇଡ଼ୁଙ୍କ ସମେତ ୩୨ ଜଣଙ୍କୁ ଘର ଛାଡ଼ିଦେବାକୁ ନ‌ିର୍ଦ୍ଦେଶ ଦିଆଯାଇଛି। ତେବେ ଟିଡିପି ପକ୍ଷରୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରାଯାଇଛି। ଟିଡିପି ସାଧାରଣ ସଚିବ ଏବଂ ନାଇଡ଼ୁଙ୍କ ପୁଅ ଏନ୍‌. ଲୋକେଶ ଟ୍ବିଟ୍‌ କରି କହିଛନ୍ତି, କର୍ତ୍ତୃପକ୍ଷ ଏଭଳି ନିର୍ଦ୍ଦେଶ ଦେଇ ଅଯଥାରେ ଭୟ ସୃଷ୍ଟି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe