ବାପାମାଆ ନାଁ ଦେଇଥିଲେ ‘ସୂର୍ଯ୍ୟକାନ୍ତ’, ଗୁରୁଜୀ ବଦଳାଇ ଲେଖିଥିଲେ ‘ଚନ୍ଦ୍ରକାନ୍ତ’; ଆଜି ସେ ଚନ୍ଦ୍ରଯାନ ମିଶନ୍‌ର ପ୍ରମୁଖ ଚେହେରା

Advertisment

କୋଲକାତା: ପଶ୍ଚିମବଙ୍ଗସ୍ଥିତ ଶିବପୁର ଗାଁର ଜଣେ ଚାଷୀ ମଧୂସୁଦନ କୁମାରଙ୍କ ଘରେ ଯେତେବେଳେ ପୁଅଟିଏ ହେଲା ବାପାମାଆ ପୁଅର ନା ରଖିଲେ ସୂର୍ଯ୍ୟକାନ୍ତ। କିନ୍ତୁ ଗାଁ ସ୍କୁଲ ଶିକ୍ଷକଙ୍କ ଉପଦେଶରେ ସୂର୍ଯ୍ୟକାନ୍ତ ବଦଳରେ ପୁଅର ନାଁ ରଖାଗଲା ଚନ୍ଦ୍ରକାନ୍ତ। ଏବେ ଏହା ବିଧିର ବିଧାନ କୁହନ୍ତୁ ଅବା କୌଣସି ଚମତ୍କାର , ଚନ୍ଦ୍ରକାନ୍ତ ଯେ ବଡ ହେବା ପରେ ଚନ୍ଦ୍ରଯାନ ପାଇଁ କାମ କରିବ ଏହା କାହାରିକୁ ଜଣାନଥିଲା। ଆଜିର ସମୟରେ ଚନ୍ଦ୍ରକାନ୍ତ ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ। ଯିଏକି ଚନ୍ଦ୍ରଯାନ-୨ ମିଶନ୍‌ ର ନେତୃତ୍ୱ ନେଇଛନ୍ତି। ଚନ୍ଦ୍ରଯାନ-୨ର ସଫଳ ପ୍ରକ୍ଷେପଣ ହୋଇସାରିଛି। କିନ୍ତୁ ଚନ୍ଦ୍ରକାନ୍ତଙ୍କ ପିତା ଗଣମାଧ୍ୟମକୁ ସାକ୍ଷାତକାରରେ କୁହନ୍ତି , ଯେତେବେଳେ ପୂର୍ବ ମିଶନ୍‌କୁ ଘୁଚାଂଇ ଦିଆଗଲା ଘରେ ସମସ୍ତେ ଖୁବ୍‌ ଦୁଃଖୀ ଥିଲେ। କିନ୍ତୁ ବର୍ତ୍ତମାନ ଚନ୍ଦ୍ରଯାନ-୨ ର ସଫଳ ପ୍ରକ୍ଷେପଣରେ ସମସ୍ତେ ଖୁବ୍‌ ଖୁସୀ ଅଛନ୍ତି।

publive-image

ଚନ୍ଦ୍ରଯାନ-୨ ପାଇଁ ଚନ୍ଦ୍ରକାନ୍ତ ଭାରତୀୟ ଉପଗ୍ରହ ଏବଂ ଗ୍ରାଉଣ୍ଡ ଷ୍ଟେସନ୍‌ର ଆଣ୍ଟିନା ସିଷ୍ଟମ୍‌ ଡିଜାଇନିଂ କରିଥିଲେ। ବର୍ତ୍ତମାନ ସେ ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଅଛନ୍ତି। ଚନ୍ଦ୍ରଯାନ-୨ର ଆରଏଫ୍‌ ପ୍ରଣାଳୀର ଦାୟିତ୍ୱଭାର ତାଙ୍କ ଉପରେ ନ୍ୟସ୍ତ ଅଛି ଏବଂ ୟୁଆରଏସସିର ଇଲେକ୍ଟ୍ରୋମ୍ୟାଗନେଟିକ୍ସ ଖଣ୍ଡର ପ୍ରମୁଖ ଅଟନ୍ତି ସେ। ଚନ୍ଦ୍ରକାନ୍ତଙ୍କ ବାପାଙ୍କ କହିବାନୁସାର ପିଲାବେଳୁ କାମରେ ବ୍ୟସ୍ତ ରହି ସେ ପୁଅର ପାଠପଢ଼ା ପ୍ରତି ଧ୍ୟାନ ଦେଇପାରୁ ନଥିଲେ। ତେଣୁ ବିଦ୍ୟାଳୟରେ ହିଁ ଶିକ୍ଷକଙ୍କ ଦ୍ୱାରା ସେ ପାଠ ପଢି ୨୦୦୧ ମସିହାରେ ଇସ୍ରୋରେ ଜଏନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe