ଆକାଶରେ ଯାଉଥିବା ଚନ୍ଦ୍ରଯାନ-୨କୁ ଦେଖି ଭୟଭୀତ ହେଲେ ଏହି ଦେଶର ଲୋକ, ଏଲିୟନ୍‌ ବୋଲି କହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ

Advertisment

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି।  ପ୍ରାୟ ୪୮ ଦିନ ପରେ ୬ରୁ ୮ ସେପ୍ଟେମ୍ବର ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଅବତରଣ କରିବ।

publive-image

ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ଦେଖି ଅଷ୍ଟ୍ରେଲିଆର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ ଆପଣ ଭାବୁଥାଇ ପାରନ୍ତି ଯେତେବେଳେ ଇସ୍ରୋ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ କରିଲା ଅଷ୍ଟ୍ରେଲିଆର ଲୋକମାନେ କାହିଁକି ଭୟଭୀତ ହୋଇପଡ଼ିଥିଲେ? ଏହା ଏଥିପାଇଁ ହୋଇଥିଲା କାରଣ ସୋମବାର ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ସମୟରେ ଅଷ୍ଟ୍ରେଲିଆ ଆକାଶ ଉଜ୍ୱଳ ଦିଶିଥିଲା, ଯାହାକୁ ଦେଖି ଲୋକମାନେ ଏଲିୟନ୍‌ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ।

publive-image

ଗତ ସୋମବାର ଇସ୍ରୋ ୨ଟା ବାଜି ୪୩ମ ମିନିଟ୍‌ରେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ କରିଥିଲା। ସ୍ଥାନୀୟ ସମୟ ଅନୁସାରେ ପାଖାପାଖି ୭.୩୦ରେ ଅଷ୍ଟ୍ରେଲିଆର କ୍ୱିସଲ୍ୟାଣ୍ଡର ଆକାଶରେ ଲୋକମାନେ ଚମକୁଥିବା କିଛି ଦେଖିବାକୁ ପାଇଥିଲେ। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

publive-image

ଶ୍ୟାନା ରାୟସ୍‌ ନାମ ଜଣେ ବ୍ୟକ୍ତି ସର୍ବପ୍ରଥମେ ୭.୩୦ଟାରେ ଉତ୍ତରପଶ୍ଚିମ କ୍ୱିସଲ୍ୟାଣ୍ଡ ଜୁଲିଆ କ୍ରିକ କାରଓ୍ଵା ପାର୍କରେ ଆକାଶକୁ ଚାହିଁଲା ବେଳେ କିଛି ଚମକୁଥିବା ଦେଖିବାକୁ ପାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ବି ଏହି ଦୃଶ୍ୟକୁ ଦେଖି ଏହାର ଫଟୋ ଉତ୍ତୋଳନ କରି ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଯାହାକୁ ଦେଖି କିଛି ଲୋକେ ୟୁଏଫଓ କହୁଥିବା ବେଳେ କେହିକେହି ଚନ୍ଦ୍ରଯାନ-୨କୁ ଏଲିୟନ୍‌ ବୋଲି ଭାବିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe