ଚନ୍ଦ୍ରପୃଷ୍ଠରେ ବିକ୍ରମର ‘ହାର୍ଡ ଲ୍ୟାଣ୍ଡିଂ’ ଇସ୍ରୋ ପାଇଁ ବରଦାନ ସାବ୍ୟସ୍ତ ହେଲା; ଜାଣନ୍ତୁ, କେମିତି ଓ କାହିଁକି?...

Advertisment
ଚନ୍ଦ୍ରପୃଷ୍ଠରେ ବିକ୍ରମର ‘ହାର୍ଡ ଲ୍ୟାଣ୍ଡିଂ’ ଇସ୍ରୋ ପାଇଁ ବରଦାନ ସାବ୍ୟସ୍ତ ହେଲା; ଜାଣନ୍ତୁ, କେମିତି ଓ କାହିଁକି?...

Isro Twitter Photo

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ସହ ଚନ୍ଦ୍ରପୃଷ୍ଠକୁ ପଠା ଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ ବଦଳରେ ‘ହାର୍ଡ ଲ୍ୟାଣ୍ଡିଂ’ କରି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦିତ କରିବାରେ ବିଫଳ ହୋଇଛି। ହେଲେ, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ‘ହାର୍ଡ ଲ୍ୟାଣ୍ଡିଂ’ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ପାଇଁ ଏକ ‘ବରଦାନ’ ସଦୃଶ ସାବ୍ୟସ୍ତ ହେବାକୁ ଯାଉଛି।

ଇସ୍ରୋର ଜନୈକ ବରିଷ୍ଠ ଅନ୍ତରୀକ୍ଷ ବିଜ୍ଞାନୀ ଜାତୀୟସ୍ତରର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରକୁ ଏକ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ୧୪୭୧ କିଲୋଗ୍ରାମ ଓଜନ ବିଶିଷ୍ଟ ଲ୍ୟାଣ୍ଡର ବିକ୍ରମ ଯେତେବେଳେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ୨.୧ କିଲୋମିଟର ଉଚ୍ଚତାରୁ ଖୁବ୍‌ ଦ୍ରୁତବେଗରେ ଖସି ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲ୍ୟାଣ୍ଡିଂ’ କଲା ସେତେବେଳେ ଚନ୍ଦ୍ରପୃଷ୍ଠ ଉପରେ ମହଜୁଦ୍‌ ଥିବା ବିପୁଳ ପରିମାଣର ଧୂଳି ଉଡ଼ିବା ସହ ଅନ୍ୟ ଯେଉଁ ସମସ୍ତ ପ୍ରତିକ୍ରିୟା ସବୁ ସୃଷ୍ଟି କଲା ସେସବୁକୁ ଗଭୀର ଭାବେ ଅନୁଧ୍ୟାନ କରିଛି ଚନ୍ଦ୍ରଯାନ-୨ ସହ ଯାଇଥିବା ଅର୍ବିଟର।

publive-image The Hindu

ତେଣୁ, ଏବେ ସେସବୁକୁ ଅନୁଧ୍ୟାନ କରି ଚନ୍ଦ୍ରପୃଷ୍ଠରେ ଜଳ କିମ୍ବା ଅନ୍ୟ କୌଣସି ପ୍ରକାରର ଖଣିଜ ସାମଗ୍ରୀ ମହଜୁଦ୍‌ ଅଛି ନା ନାହିଁ ସେ ସଂପର୍କରେ ଠୋସ୍‌ ପ୍ରମାଣ ସଂଗ୍ରହ କରିବା ଅର୍ବିଟର ପାଇଁ ସହଜସାଧ୍ୟ ହେବ। ଏଥିସହ ବିକ୍ରମ ମଧ୍ୟରେ ବନ୍ଦୀ ଅବସ୍ଥାରେ ରହି ଯାଇଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରି ଯେଉଁସବୁ ତଥ୍ୟ ହାସଲ କରିଥାନ୍ତା ସେସବୁକୁ ମଧ୍ୟ ଏବେ ଅର୍ବିଟର କରିପାରିବ ବୋଲି ବୋଲି କହିଛନ୍ତି ଇସ୍ରୋର ବୈଜ୍ଞାନିକ। ଅର୍ବିଟର ଏବେ ଆଗାମୀ ୭ ବର୍ଷ ପାଇଁ ଚନ୍ଦ୍ରକକ୍ଷରେ ବୁଲିବା ସହ ଏହି ସବୁ କାର୍ଯ୍ୟ ସଂପାଦନ କରିବ।

publive-image First Post

ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ-୨ ସହ ଚନ୍ଦ୍ରପୃଷ୍ଠକୁ ପଠା ଯାଇଥିବା ବିକ୍ରମ ଏବେ ଯୋଗାଯୋଗ ବିହୀନ ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ପଡ଼ି ରହିଛି। ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ଓ ନାସାର ବୈଜ୍ଞାନିକମାନେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଯଦି ଆସନ୍ତା ୨୧ ତାରିଖ ମଧ୍ୟରେ ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପିତ ହୋଇ ନପାରିଲା, ତେବେ ଭବିଷ୍ୟତରେ ଆଉ କେବେ ବି ଯୋଗାଯୋଗ ସ୍ଥାପନ ସମ୍ଭବ ହେବ ନାହିଁ। କାରଣ, ୨୧ ତାରଖ ପର ଠାରୁ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘନ ଅନ୍ଧକାର ବିରାଜମାନ କରିବା ସହ ତାପମାତ୍ରା ବିଯୁକ୍ତ ୧୫୦ ଡିଗ୍ରି ସେଲସିୟମ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe