ଅବତରଣର ୧୫ ମିନିଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଘଟିଲା କ’ଣ? ଶେଷ ମୁହୂର୍ତ୍ତରେ ହେଲା କ’ଣ? ‘ସଫ୍ଟ ଲ୍ୟାଣ୍ଡିଂ’ ବଦଳରେ କାହିଁକି କଲା ‘କ୍ରାସ୍‌ ଲ୍ୟାଣ୍ଡିଂ’? ଜାଣନ୍ତୁ...

Advertisment
ଅବତରଣର ୧୫ ମିନିଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଘଟିଲା କ’ଣ? ଶେଷ ମୁହୂର୍ତ୍ତରେ ହେଲା କ’ଣ? ‘ସଫ୍ଟ ଲ୍ୟାଣ୍ଡିଂ’ ବଦଳରେ କାହିଁକି କଲା ‘କ୍ରାସ୍‌ ଲ୍ୟାଣ୍ଡିଂ’? ଜାଣନ୍ତୁ...

India Today

ନୂଆଦିଲ୍ଲୀ/ ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଏବେ ଯୋଗାଯୋଗ ବିହୀନ ଅବସ୍ଥାରେ ଅକାମୀ ହୋଇ ପଡ଼ିରହିଛି, ବହୁ ସମ୍ଭାବନାରେ ପରିପୂର୍ଣ୍ଣ, ଲ୍ୟାଣ୍ଡର ବିକ୍ରମ। ଲ୍ୟାଣ୍ଡର ବିକ୍ରମ ଅକାମୀ ହୋଇ ପଡ଼ିବା ପରେ ତା’ ମଧ୍ୟରେ ମହଜୁଦ୍‌ ଥିବା ରୋଭର ପ୍ରଜ୍ଞାନ ମଧ୍ୟ ଅକାମୀ ହୋଇପଡ଼ିଛି। ତେବେ, ଲ୍ୟାଣ୍ଡର ବିକ୍ରମ ସହ ଆଉଥରେ ଯୋଗାଯୋଗ ସ୍ଥାପନ କରିବା ପାଇଁ ଏବେ ଇସ୍ରୋ ସହ ନାସା ମଧ୍ୟ ନିଜର ରାତିଦିନ ଏକ କରି ଦେଇଛି। ତେବେ, ଯଦି ୨୧ ତାରିଖ ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ ହୋଇ ନ ପାରିଲା ତେବେ, ଲ୍ୟାଣ୍ଡର ବିକ୍ରମ ସବୁଦିନ ପାଇଁ ଅକାମୀ ହୋଇପଡ଼ିବା ସହ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଯିବ।

ଏ ପରିସ୍ଥିତିରେ, ଗତ ଜୁଲାଇ ୨୨ ତାରିଖରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ସହ ପଠା ଯାଇଥିବା ଲ୍ୟାଣ୍ଡର ବିକ୍ରମର, ଗତ ୭ ତାରିଖ ବିଳମ୍ବିତ ମଧ୍ୟରାତ୍ରରେ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାର ୧୫ ମିନିଟ ପୂର୍ବ ପର୍ଯ୍ୟନ୍ତ ସବୁକିଛି ପୂର୍ବ ଯୋଜନା ମୁତାବକ ସଂପୂର୍ଣ୍ଣ ଠିକ୍‌ଠାକ୍‌ ରହିଥିଲା। ଏବଂ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ମଧ୍ୟ ଅକ୍ଷୁଣ୍ଣ ରହିଥିଲା। ହେଲେ, ସୂକ୍ଷ୍ମ ଅବତରଣର ଶେଷ କେଇ ମିନିଟ ପୂର୍ବରୁ କ’ଣ ଏମିତି ଘଟିଲା ଯେ ଯାହା ସବୁ ଯୋଜନାକୁ ଓଲଟାଇ ପକାଇଲା? ଏହା ଏବେ ସମସ୍ତଙ୍କ ପାଇଁ ‘ମିଲିୟନ ଡଲାର’ର ପ୍ରଶ୍ନ।

publive-image India Today

ହେଲେ, ଏପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି ଜାତୀୟସ୍ତରର ପ୍ରମୁଖ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଏବଂ ଏ ସଂପର୍କରେ ଆଜି ପ୍ରକାଶ କରିଛି ଏକ ସ୍ୱତନ୍ତ୍ର ରିପୋର୍ଟ। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାର ୧୫ ମିନିଟ ପୂର୍ବ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଥିଲା। ଅବତରଣର ୧୧ ମିନିଟ ୨୮ ସେକେଣ୍ଡ ପୂର୍ବରୁ ସୂକ୍ଷ୍ମ ଅବତରଣ ପାଇଁ ଲ୍ୟାଣ୍ଡର ବିକ୍ରମ ଯେତେବେଳେ ନିଜର ପ୍ରସ୍ତୁତି ଆରମ୍ଭ କରିବା ସହ ବେଗ କମାଇବାକୁ ଆରମ୍ଭ କଲା ସେତେବେଳେ ହିଁ କିଛି ଅସୁବିଧା ଦେଖା ଦେଇଥିଲା ଏବଂ ସିଧା ତଳକୁ ଖସୁଥିବା ଲ୍ୟାଣ୍ଡର ବିକ୍ରମ ହଠାତ୍‌ ବଙ୍କେଇ ଯାଇଥିଲା। ସେ ସମୟରେ ଚନ୍ଦ୍ରପୃଷ୍ଠ ଆଡ଼କୁ ସେକେଣ୍ଡ ପ୍ରତି ୪୨.୯ ମିଟର ବେଗରେ ଅଗ୍ରସର ହେଉଥିଲା ଲ୍ୟାଣ୍ଡର ବିକ୍ରମ। ଫଳରେ ଚନ୍ଦ୍ରପୃଷ୍ଠର ନିର୍ଦ୍ଦିଷ୍ଟ ମ୍ୟାପିଂ କରି ଚନ୍ଦ୍ରପୃଷ୍ଠର ଦୂରତା ସଂପର୍କରେ ଜଣାଇବା ପାଇଁ ଲ୍ୟାଣ୍ଡର ବିକ୍ରମରେ ତଳମୁୁହାଁ କରି ଖଞ୍ଜା ଯାଇଥିବା ଉଚ୍ଚଶକ୍ତି ସଂପନ୍ନ କ୍ୟାମେରାଗୁଡ଼ିକର ମୁହଁ ମଧ୍ୟ ବୁଲି ଯାଇଥିଲା। ଫଳରେ ଚନ୍ଦ୍ରପୃଷ୍ଠ ଠାରୁ ନିର୍ଦ୍ଦିଷ୍ଟ ଭାବେ କେତେ ଉଚ୍ଚତାରେ ରହିଛି, ସେ କଥା ଆଉ ଜାଣିପାରି ନଥିଲା ଲ୍ୟାଣ୍ଡର ବିକ୍ରମ।

publive-image India Today

ଏ ତ୍ରୁଟିକୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ ଥିବା ବୈଜ୍ଞାନିକମାନେ ଯେତେବେଳେ ଦେଖିଲେ, ତାକୁ ସଜାଡ଼ିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଦେଲେ। ହେଲେ, ସେତେବେଳକୁ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଲ୍ୟାଣ୍ଡର ବିକ୍ରମ ନିଜର ଅବଗଣନା ଆରମ୍ଭ କରି ଦେଇଥିଲା। ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ ବୈଜ୍ଞାନିକମାନେ ତ୍ରୁଟି ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଲ୍ୟାଣ୍ଡର ବିକ୍ରମ କିନ୍ତୁ ଚନ୍ଦ୍ରପୃଷ୍ଠ ଠାରୁ ନିଜର ଦୂରତା ବାବଦରେ କୌଣସି ପ୍ରକାରର ତଥ୍ୟ ପାଇପାରୁ ନଥିଲା। ଏଣେ ଚନ୍ଦ୍ରପୃଷ୍ଠ ଆଡ଼କୁ ସେକେଣ୍ଡ ପ୍ରତି ୪୨.୯ ମିଟର ବେଗରେ ଅଗ୍ରସର ହେଉଥିବା ଲ୍ୟାଣ୍ଡର ବିକ୍ରମର ଅବତରଣର ବେଗ ହଠାତ୍‌ ବଢ଼ିଯାଇ ସେକେଣ୍ଡ ପ୍ରତି ୫୮.୯ ମିଟର ହୋଇ ଯାଇଥିଲା। ଏବଂ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ୨.୧ କିଲୋମିଟର ଦୂରତାରେ ଥିବାବେଳେ ଏହା ସଂପୂର୍ଣ୍ଣ ରୂପେ ଓଲଟି ଯିବା ସହ ତଳ ପଟ ଉପରକୁ ଓ ଉପର ପଟ ତଳକୁ ହୋଇ ଯାଇଥିଲା। ଫଳରେ ତଳମୁହାଁ ହୋଇ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା କ୍ୟାମେରାଗୁଡ଼ିକର ମୁହଁ ଉପରକୁ ହୋଇ ଯାଇଥିଲା। ଫଳରେ ସବୁ ଅଙ୍କ ଭୁଲଭାଲ ହୋଇଯିବା ସହ ଚନ୍ଦ୍ରପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ ବଦଳରେ ‘କ୍ରାସ୍‌ ଲ୍ୟାଣ୍ଡିଂ’ କଲା ବିକ୍ରମ ଆଉ ବିକ୍ରମ ସହ ଯୋଗାଯୋଗ ହରାଇଲା ଇସ୍ରୋ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe