ବିକ୍ରମ ସଂପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରେ ନାସା ଅର୍ବିଟର ! ଭାଗ୍ୟ ସାଥ୍‌ ଦେଲେ ବିକ୍ରମ ସହ ପ୍ରଜ୍ଞାନକୁ ମଧ୍ୟ କାର୍ଯ୍ୟକ୍ଷମ କରିପାରେ ଇସ୍ରୋ

Advertisment
ବିକ୍ରମ ସଂପର୍କରେ ଆଜି  ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରେ ନାସା ଅର୍ବିଟର ! ଭାଗ୍ୟ ସାଥ୍‌ ଦେଲେ ବିକ୍ରମ ସହ ପ୍ରଜ୍ଞାନକୁ ମଧ୍ୟ କାର୍ଯ୍ୟକ୍ଷମ କରିପାରେ ଇସ୍ରୋ

CNN IBN

କାଲିଫର୍ଣ୍ଣିଆ/ ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଯୋଗାଯୋଗ ବିହୀନ ଅବସ୍ଥାରେ ଗତ ୭ ତାରିଖରୁ ପଡ଼ି ରହିଥିବା ଲ୍ୟାଣ୍ଡର ବିକ୍ରମ ସଂପର୍କରେ ଆଜି (ମଙ୍ଗଳବାର) ଅନେକ ଅଜ୍ଞାତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଉଭୟ ଭାରତ ଓ ଆମେରିକାର ଅନ୍ତରୀକ୍ଷ ବିଜ୍ଞାନୀମାନେ ଖୁବ୍‌ ଆଶାବାଦୀ ଅଛନ୍ତି।

କାରଣ, ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା, ଆଜି (ମଙ୍ଗଳବାର, ୧୭ ସେପ୍ଟେମ୍ବର) ଠିକ୍‌ ତା’ରି ଉପର ଦେଇ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସାର ଏକ ଅର୍ବିଟର ଅତିକ୍ରମ କରିବ। ଏବେ ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ ପାଇଁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସହ ନାସା ହାତ ମିଳାଇଥିବା କାରଣରୁ ନାସାର ଅର୍ବିଟର ଯେଉଁ ସମୟରେ ଲ୍ୟାଣ୍ଡର ବିକ୍ରମ ଉପର ଦେଇ ଅତିକ୍ରମ କରିବ ସେତେବେଳେ ବିକ୍ରମ ସଂପର୍କରେ ସବିଶେଷ ସୂଚନା ନାସାର ଅର୍ବିଟର ଯେପରି ହାତେଇ ପାରିବ ସେଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ନାସାର ଅନ୍ତରୀକ୍ଷ ବୈଜ୍ଞାନିକ ନୋହ ପେଟ୍ରୋ ଗଣମାଧ୍ୟମକୁ ସୂଚନା ଦେବା ସହ ଏହି ଉଦ୍ଦେଶ୍ୟରେ ନାସାର ଅର୍ବିଟରକୁ ସ୍ୱତନ୍ତ୍ର କମାଣ୍ଡ ପଠା ଯାଇଥିବା କହିଛନ୍ତି।

publive-image Business Standard

ଲ୍ୟାଣ୍ଡର ବିକ୍ରମର ଉପର ଦେଇ ନାସାର ଅର୍ବିଟର ଯେତେବେଳେ ଅତିକ୍ରମ କରିବ, ସେତେବେଳେ ସେ ଉଚ୍ଚଶକ୍ତି ସଂପନ୍ନ କ୍ୟାମେରାରେ ବିକ୍ରମର ବିଭିନ୍ନ କୋଣ (ଆଙ୍ଗେଲ)ରୁ ହାଇ ରିଜୋଲ୍ୟୁସନ୍‌ର ଫଟୋ ଉଠାଇବା ସହ ‘ହାର୍ଡ ଲ୍ୟାଣ୍ଡିଂ’ ପରେ ଏବେ ବିକ୍ରମର ଅବସ୍ଥା କିପରି ଅଛି ଓ ତା’ର ସ୍ଥିତି କ’ଣ ସେ ସଂପର୍କରେ ମଧ୍ୟ ସବିଶେଷ ତଥ୍ୟ ସଂଗ୍ରହ କରିବ। ଉଲ୍ଲେଖଯୋଗ୍ୟ, ଇସ୍ରୋର ଚନ୍ଦ୍ରଯାନ-୨ ସହ ଚନ୍ଦ୍ରକୁ ଯାଇଥିବା ଇସ୍ରୋର ଅର୍ବିଟର ଚନ୍ଦ୍ରପୃଷ୍ଠ ଠାରୁ ୧୦୦ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ବେଳେ ନାସାର ଅର୍ବିଟର ଆହୁରି କମ ଉଚ୍ଚତାରେ ଚନ୍ଦ୍ରପୃଷ୍ଠ ଉପରେ ପରିକ୍ରମା କରୁଛି।

publive-image Business Standard

ତେଣୁ, ନାସାର ଅର୍ବିଟର ଆଜି ବିକ୍ରମ ସଂପର୍କରେ କିଛି ଠୋସ୍‌ ସୂଚନା ସଂଗ୍ରହ କରିବାରେ ସମର୍ଥ ହେବ ବୋଲି ଉଭୟ ଇସ୍ରୋ ଓ ନାସାର ଅନ୍ତରୀକ୍ଷ ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି।

publive-image News Nation

ଏ ସଂପର୍କରେ ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ କହିଛନ୍ତି ଯେ ଗତ ୭ ତାରିଖ ଠାରୁ ଚନ୍ଦ୍ରପୃଷ୍ଠରେ ଯୋଗାଯୋଗ ବିହୀନ ଅବସ୍ଥାରେ ପଡ଼ି ରହିଥିବା ଲ୍ୟାଣ୍ଡର ବିକ୍ରମର କାର୍ଯ୍ୟ କରିବାର ଅବଧି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିଛି। ଏ ପରିସ୍ଥିତିରେ ନାସାର ଅର୍ବିଟର ଯଦି ବିକ୍ରମ ସଂପର୍କରେ ସବିଶେଷ ସୂଚନା ସଂଗ୍ରହରେ ସମର୍ଥ ହୁଏ ଏବଂ ଭାଗ୍ୟ ସାଥ୍‌ ଦିଏ ତେବେ, ବିକ୍ରମ ସହ ଆଉଥରେ ଯୋଗାଯୋଗ ସ୍ଥାପନ କରି ତାକୁ କାର୍ଯ୍ୟକ୍ଷମ କରାଇବା ସହ ବିକ୍ରମ ଭିତରେ ରହି ଯାଇଥିବା ରୋଭର ପ୍ରଜ୍ଞାନକୁ ମଧ୍ୟ କାର୍ଯ୍ୟକ୍ଷମ କରାଇପାରିବା ନେଇ ଇସ୍ରୋ ଆଶାବାଦୀ ଥିବା କହିଛନ୍ତି ଅଧ୍ୟକ୍ଷ ଡ. କେ ଶିବନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe