ନୂଆଦିଲ୍ଲୀ: ଚନ୍ଦ୍ରମାରେ ପଡୁଛି ସୌର ବିସ୍ଫୋରଣର ପ୍ରଭାବ। କିଛି ଦିନ ହେବ ନାସା ଏଭଳି ହେଉଥିବା ନେଇ ଅନୁମାନ କରୁଥିବା ବେଳେ ଏବେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଠୋସ୍ ପ୍ରମାଣ ହାତେଇଛି। ଏହି ପ୍ରମାଣ ସହିତ ଚନ୍ଦ୍ରଯାନ-୨ ଏକ ବଡ଼ ସଫଳତା ହାସଲ କରିଛି । ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ସୂର୍ଯ୍ୟରୁ ଆସୁଥିବା ଶକ୍ତି ସିଧାସଳଖ ଚନ୍ଦ୍ରର ବାୟୁମଣ୍ଡଳକୁ ପ୍ରଭାବିତ କରେ। ଇସ୍ରୋ ରିପୋର୍ଟ କରିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ପ୍ରଥମ ଥର ପାଇଁ ରେକର୍ଡ କରିଛି ଯେ, କରୋନାଲ୍ ମାସ ଇଜେକ୍ସନ କିମ୍ବା ସୌର ଉଦ୍‌ଗିରଣରୁ ବାହାରୁଥିବା ଶକ୍ତି ଚନ୍ଦ୍ରର ଏକ୍ସୋସ୍ଫିୟର(Exosphere)କୁ ପ୍ରଭାବିତ କରେ। 

Advertisment

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ଲୋକେ ନୋ କିଙ୍ଗସ୍ ସ୍ଲୋଗାନ ଦେଲେ

ଏକ୍ସୋସ୍ଫିଅର କ’ଣ?

ଚନ୍ଦ୍ରର କେବଳ ପୃଷ୍ଠଭାଗ ଯାଏଁ ସୀମିତ ଅତି କ୍ଷୀଣ ଓ ପତଳା ବାହ୍ୟ ବାୟୁମଣ୍ଡଳ ରହିଛି, ଯାହାକୁ ଏକ୍ସୋସ୍ଫିଅର କୁହାଯାଏ । ସୂର୍ଯ୍ୟର କରୋନାଲ୍ ମାସ୍ ଇଜେକ୍ସନ ଏହାର ସାମଗ୍ରିକ ଚାପକୁ ବଢାଇ ଦିଏ ବୋଲି ତଥ୍ୟ ସଂଗ୍ରହ କରିଛି ଚନ୍ଦ୍ରଯାନ-୨ର ଚେସ୍-୨ ଯନ୍ତ୍ର । ଚନ୍ଦ୍ରର ଯେଉଁ ପାର୍ଶ୍ଵରେ ଦିନ ହୋଇଥାଏ, ଅର୍ଥାତ ସୂର୍ଯ୍ୟ ଆଡ଼କୁ ଥାଏ, କେବଳ ସେହି ପଟ ଏକ୍ସୋସ୍ଫିଅର ପ୍ରଭାବିତ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ-ଆଫଗାନିସ୍ତାନ

ମେ’ ୧୦, ୨୦୨୪ରେ ହୋଇଥିବା ପରୀକ୍ଷଣ

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ବିଶ୍ବର ପ୍ରଥମ ମହାକାଶଯାନ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଥିଲା । ପରେ ମେ’ ୧୦, ୨୦୨୪ରେ ଘଟିଥିବା କରୋନାଲ୍ ମାସ୍ ଇଜେକ୍ସନ ବେଳେ ଏହି ପରୀକ୍ଷଣ ହୋଇଥିଲା । 

chandrayan-2 | isro