ଚନ୍ଦ୍ରଯାନ-୨ରେ ପ୍ରେରିତ ରୋଭର୍ ‘ପ୍ରଜ୍ଞାନ’ ଅତୁଟ ଅଛିକି? ‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’

Advertisment
ଚନ୍ଦ୍ରଯାନ-୨ରେ ପ୍ରେରିତ ରୋଭର୍ ‘ପ୍ରଜ୍ଞାନ’ ଅତୁଟ ଅଛିକି? ‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’

Image Courtesy of Wionews

ବେଙ୍ଗାଲୁରୁ: ଗତବର୍ଷ ‘ନାସା’ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ଲ୍ୟାଣ୍ଡର୍ ବିକ୍ରମର ଭଗ୍ନାଂଶ ଚିହ୍ନଟ କରିଥିବା ଚେନ୍ନାଇ ଇଞ୍ଜିନିୟର୍ ଶାନମୁଗା ସୁବ୍ରମଣିୟାନ୍ ଏଇ ମେ ମାସରେ ‘ନାସା’ ରିଲିଜ୍ କରିଥିବା ନୂଆ ଫଟୋରୁ ରୋଭର୍‌ ପ୍ରଜ୍ଞାନ ସମ୍ବନ୍ଧରେ କିଛି ତଥ୍ୟ ପାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନକୁ ଇ-ମେଲ୍ କରି ସେ କହିଛନ୍ତି ଯେ ‘ନାସା’ର ନୂଆ ‌ଫଟୋଚିତ୍ରରେ ‘ପ୍ରଜ୍ଞାନ’ ଏବଂ ସେ ଚନ୍ଦ୍ରପୃଷ୍ଠରେ ଗତି କରିବାର ଚିହ୍ନ ଦେଖାଯାଉଛି। ଏଥିରୁ ସୂଚନା ମିଳୁଛି ଯେ, ରୋଭର୍ ‘ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ କିଛି ମିଟର୍ ଚାଲିଛି।

ଏ ସଂକ୍ରାନ୍ତରେ ‘ଇସ୍ରୋ’ ଅଧ୍ୟକ୍ଷ କେ ସିବନ କହନ୍ତି, ଏ ପ୍ରସଙ୍ଗରେ ‘ନାସା’ ଠାରୁ ଆମେ ଏ ପର୍ଯ୍ୟନ୍ତ କିଛି ଶୁଣିନାହୁଁ। କିନ୍ତୁ, ହଁ, ପୂର୍ବରୁ ‘ବିକ୍ରମ’ର ଭଗ୍ନାଂଶ ଚିହ୍ନଟ କରିଥିବା ବ୍ୟକ୍ତିଜଣକ ଏ ସଂକ୍ରାନ୍ତରେ ଆମ ପାଖକୁ ଇ-ମେଲ୍‌ ପଠାଇଛନ୍ତି। ଆମ ବିଶେଷଜ୍ଞମାନେ ଏହାକୁ ଅନୁଧ୍ୟାନ କରୁଛନ୍ତି। ତେଣୁ, ଏ ସମୟରେ ଆମେ କିଛି କହି ପାରିବୁ ନାହିଁ।

publive-image Image Courtesy of Zee News

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ପ୍ରାୟ ୧୦ ମାସ ପୂର୍ବେ ଚନ୍ଦ୍ରଯାନ-୨ରେ ଯାଇଥିବା ଲ୍ୟାଣ୍ଡର୍‌ ବିକ୍ରମକୁ ସଫ୍ଟ୍‌ ଲ୍ୟାଣ୍ଡ୍‌ କରାଇବାରେ ଇସ୍ରୋ ବିଫଳ ହୋଇଥିଲା। ଚନ୍ଦ୍ରଯାନ-୨ରେ ପ୍ରଜ୍ଞାନ ବ‌ୋଲି ରୋଭର୍‌ଟିଏ ବି ଯାଇଥିଲା।

୨୦୧୯ ନଭେମ୍ବରରେ ‘ନାସା’ର ‘ଲୁନାର୍‌ ରିକୋନାଇସେନ୍ସ୍‌ ଅର୍ବିଟର୍‌’ ଲ୍ୟାଣ୍ଡର୍‌ ବିକ୍ରମର ଭଗ୍ନାଂଶ ଦେଖାଇଥିଲା। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଚନ୍ଦ୍ରର ମେରୁ ଅଞ୍ଚଳରେ ସବୁବେଳେ ଭଲ ଭାବେ ଆଲୋକ ପଡ଼େନାହିଁ। ପୁଣି ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଥିବା ଏକ ଦୁଇ ମିଟର୍ ଅଗଭୀର ଖାଲରେ ପଡ଼ିଛି। ତେଣୁ ନଭେମ୍ବର ମାସର ଫଟୋରେ ତାହା ଦୃଶ୍ୟମାନ ହେଉ ନ ଥିଲା।

ଶାନମୁଗା ସୁବ୍ରମଣିଆନ୍‌ କହନ୍ତି, ଜାନୁଆରି ୪ ତାରିଖରେ ଉତ୍ତୋଳିତ ଚିତ୍ର (ମେ ମାସରେ ପ୍ରକାଶ ପାଇଥିଲା) ଅନୁଶୀଳନ କରିବା ପରେ ମୋର ମନେହେଉଛି, ପ୍ରଜ୍ଞାନ ଅତୁଟ ରହିଛି ଏବଂ ଲ୍ୟାଣ୍ଡର୍‌ରୁ ବାହାରି କିଛି ମିଟର୍ ଗଡ଼ିଯାଇଛି। ରୋଭର୍ କେମିତି ଗଡ଼ିଲା ଆମେ ତାହା ଜାଣିବା ଆବଶ୍ୟକ। ଆଶା ‘ଇସ୍ରୋ’ ସେ ବାବଦରେ ଆମକୁ ସୁନିଶ୍ଚିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe