୨୦୨୦ରେ ଭାରତର ଚନ୍ଦ୍ରଯାନ-୩ ମିସନ୍‌

Advertisment
୨୦୨୦ରେ ଭାରତର ଚନ୍ଦ୍ରଯାନ-୩ ମିସନ୍‌

lazyslip.in

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ନୂଆବର୍ଷ ୨୦୨୦ରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି। ୨୦୧୯ ଜୁଲାଇରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ ଏପ୍ରିଲରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ୨୦୨୦ରେ ଅବତରଣ କରିବ ବୋଲି ସରକାର ଆଜି କହିଛନ୍ତି। ଏଥିରେ କେବଳ ଲ୍ୟାଣ୍ଡର ଏବଂ ରୋଭର ରହିବ। ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ-୩ର ମଧ୍ୟ ସୂକ୍ଷ୍ମ ଅବତରଣ ଉଦ୍ୟମ କରାଯିବ ବୋଲି କେନ୍ଦ୍ର ମହକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

ଚନ୍ଦ୍ରଯାନ-୨ ଅଭିଯାନକୁ ବିଫଳ କୁହାଯାଇ ପାରିବ ନାହିଁ। ଏଥିରୁ ଆମେ ଅନେକ କିଛି ଶିକ୍ଷା କରିଛୁ। ବିଶ୍ବରେ କୌଣସି ଗୋଟିଏ ଦେଶ ନାହିଁ ଯିଏ ପ୍ରଥମ ଉଦ୍ୟମରେ ଚନ୍ଦ୍ରରେ ଅବତରଣ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ଏଥିପାଇଁ ଏକାଧିକ ଥର ଉଦ୍ୟମ କରିଛି। କିନ୍ତୁ ଆମକୁ ଏତେଥର ଉଦ୍ୟମ କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପରିବର୍ତ୍ତେ ଖୁବ୍‌ଜୋରରେ ଅବତରଣ କରିଥିଲା। ଚନ୍ଦ୍ରଯାନ-୨ର ସୂକ୍ଷ୍ମ ଅବତରଣ ହୋଇଥିଲେ ଭାରତକୁ ଏକ ବିରଳ ସଫଳତା ମିଳିଥାନ୍ତା। ଏହି ମାଇଲଖୁଣ୍ଟ ହାସଲରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ବିଶ୍ବର ଚତୁର୍ଥ ଦେଶ ‌ହୋଇଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe